ପୁଅର ଅନୁପସ୍ଥିତିରେ ବୋହୂଙ୍କୁ ନିଜ ସହ ରହିବାକୁ ବାଧ୍ୟ କରିପାରିବେନି ଶାଶୂଘର ଲୋକ: ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଦେଲେ ରାୟ

286

କନକ ବ୍ୟୁରୋ: ପୁଅର ଅନୁପସ୍ଥିତିରେ ବୋହୂଙ୍କୁ ଶାଶୁଘରେ ରହିବାକୁ ବାଧ୍ୟ କରାଯାଇପାରିବନି । ଏହି ରାୟ ଶୁଣାଇଛନ୍ତି ଆହ୍ଲାବାଦକୋର୍ଟଙ୍କ ଲକ୍ଷେ୍ନø ବେଂଚ୍ । ଲକ୍ଷେ୍ନøର ଏକ ମହମ୍ମଦ ହାସୀମ ନାମଜ ଜଣେ ବ୍ୟକ୍ତି ନିଜ ବୋହୂଙ୍କୁ ଶଶୁରଘରେ ଆସି ରହିବା ପାଇଁ ବାଧ୍ୟ କରିଥିଲେ । କେବଳ ସେତିକି ନୁହେଁ କୋର୍ଟରେ ଏକ ଆବେଦନ ଦାୟର କରି ଏଭଳି ଆଦେଶ ଦେବାକୁ ଅନୁରୋଧ କରିଥିଲେ । ଆବେଦନକାରୀ କହିଥିଲେ ଦୁଇବର୍ଷ ହେବ ତାଙ୍କ ବୋହୂଙ୍କୁ ତାଙ୍କ ବାପା ମା ଲୋକମାନେ ବନ୍ଧକ ରଖିଛନ୍ତି ଓ ତାଙ୍କୁ ଶାଶୁଘରକୁ ଛାଡୁନାହାଁନ୍ତି । ଆବେଦନ ଉପରେ ଶୁଣାଣୀ କରି ଜଷ୍ଟିସ ସମୀମ ଅହମଦ କହିଥିଲେ ପୁଅର ଅନୁପସ୍ଥିତିରେ ଶାଶୁଘର ଲୋକ ବୋହୂଙ୍କୁ ଶାଶୁଘରେ ରହିବାକୁ ବାଧ୍ୟ କରିପାରିବେନି ।