ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ : ରାଜ୍ୟର ୨୧ ଜିଲ୍ଳାରେ ବର୍ଷା, ଛତିଶଗଡ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଖୋଲିଲା ୧୦ ଗେଟ୍

ଡ୍ୟାମ ଜଳସ୍ତର ଉପରେ ସତର୍କ ନଜର

1,158

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟ ୨୧ ଜିଲ୍ଳାରେ ବର୍ଷା ହେଉଛି । ଉତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ୯ ଟି ଜିଲ୍ଲା ଯଥା- ସମ୍ବଲପୁର, ସୋନପୁର, ଝାରୁସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ସୁନ୍ଦରଗଡ ଓ ଦେଓଗଡ ପାଇଁ ରେଡ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । ଆଇଏମଡିର ପୂର୍ବାନୁମାନ ଅନୁସାରେ ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଏହାସହ ଅନୁଗୁଳ, ନୂଆପଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ ଓ କନ୍ଧମାଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ବରଗଡ ଝାରୁସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨ ରୁ ୩ ଦିନ ଛତିଶଗଡରେ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ଥିବାରୁ ଆଜି ମହାନଦୀ ଫୁଲିବାର ଆଶଙ୍କା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।