କନକ ନ୍ୟୁଜ ଖବର ପ୍ରସାରଣର ପ୍ରଭାବ । ସ୍ୱାଭିମାନ ଅଂଚଳରେ ପାଇଖାନା ଦୁର୍ନୀତିର ଆରମ୍ଭ ହେଲା ତଦନ୍ତ : ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜିଲ୍ଲା ପ୍ରଶାସନର ଟିମ

87

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ପାଇଖାନା ମହାଦୁର୍ନୀତିରେ କନକ ନ୍ୟୁଜର ମହାପ୍ରଭାବ । ପାଇଖାନା ମହା ଦୁର୍ନୀତି ନେଇ ଖବର ପ୍ରସାର ପରେ ଏବେ ଗ୍ରାଉଣ୍ଡ ଜିରୋ ରେ ପହଁଚି ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳଙ୍କ ସମେତ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସ୍ୱାଭିମାନ ଅଂଚଳର ବିଭିନ୍ନ ଗାଁ ଗାଁ ରେ ତଦନ୍ତ କରୁଛି ।

ବିଶେଷ କରି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓାଲଙ୍କ ଗସ୍ତ ସମୟରେ ମଧ୍ୟ ଯୋଡାମ୍ବା ପଂଚାୟତବାସୀ ପାଇଖାନା ଦୁର୍ନୀତି ନେଇ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ । ଜିଲ୍ଲାପାଳଙ୍କ ଗସ୍ତକୁ ଆଖି ଆଗରେ ରଖି ପାଇଖାନା ଗୁଡିକର ମରାମତି କରା ଯାଇଥିବା ଖୋଦ ଜିଲ୍ଲାପାଳ ଦେଖିବାକୁ ପାଇ ଥିଲେ । ଏଥି ସହ ପାଇଖାନା ନିର୍ମାଣ ରେ ଏବେ ବି ନିମ୍ନମାନ ର ସାମଗ୍ରୀ ବ୍ୟବହାର କରା ଯାଉଥିବା ଦେଖିବାକୁ ମିଳିଛି । ତେବେ ତଦନ୍ତ ରିପୋର୍ଟ ଆସିବା ପରେ ପାଇଖାନା ଚୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।