ଟିକା ନେବା ପରେ ହୃଦୟ ଓ ଫୁସଫୁସ ଉପରେ ପଡୁଛି କମ୍ ପ୍ରଭାବ । ଭ୍ୟାକ୍ସିନ୍ ନେବା ପରେ କରୋନାରେ ଗୁରୁତର ହେବା ଆଶଙ୍କା କମ୍ ରହୁଥିବା ନେଇ ମତ ରଖିଛନ୍ତି ଆମେରିକାର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଫାହିମ ୟୁନୁସ । ଏନେଇ ସେ ଦୁଇଟି ଫଟୋ ଶେୟାର କରିଛନ୍ତି । ଗୋଟିଏ ଫଟୋରେ ଭ୍ୟାକ୍ସିନ୍ ନନେଇଥିବା ଜଣେ ୫୫ ବର୍ଷିୟ ବୟସ୍କ ଲୋକଙ୍କ ଛାତିର ଫଟୋ ଶେୟାର କରିଛନ୍ତି ।
Yes. You can get COVID after the vaccine but there is a difference
55-year old 75-year old
UNVACCINATED VACCINATED pic.twitter.com/HjDMHfhlI1— Faheem Younus, MD (@FaheemYounus) September 30, 2021
ଅନ୍ୟ ଏକ ଫଟୋରେ ଭ୍ୟାକ୍ସିନ୍ ନେଇଥିବା ଜଣେ ୭୫ ବର୍ଷିୟ ବ୍ୟକ୍ତିଙ୍କ ଛାତିର ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଦୁଇଟିରେ ଅନେକ ଭିନ୍ନତା ରହିଛି । ଅନ୍ୟପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୋଭିଡ଼ ସଂକ୍ରମଣରେ ଇଂଟରନାଲ ଇନଫେକ୍ସନ୍ ହୁଏ । ହାର୍ଟ, ଲଙ୍ଗସ ଓ ବ୍ରେନ୍ ଉପରେ ଏହା ପ୍ରଭାବ ପକାଇଥାଏ । ଯିଏ ଟିକା ନେଉଛି ତା’ର କରୋନା ପ୍ରଭାବ କମ୍ ରହୁଛି । ଯିଏ ଟିକା ନନେଉଛି ତାର ଅଧିକ କ୍ଷତି ହେଉଥିବା କହିଛନ୍ତି ବିଜୟ ମହାପାତ୍ର ।