କନକ ବ୍ୟୁରୋ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ । ଆଇଏମ୍ଏଫ୍ କହିଛି, ବିଶ୍ୱ ଅର୍ଥନୀତି ପାଇଁ ଆଗକୁ ଆହୁରି ଖରାପ ସମୟ ଆସୁଛି । ଏପଟେ ଭାରତର ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି କହିଛି ଆଇଏମ୍ଏଫ୍ । ଜୁନ ମାସରେ ଭାରତର ଜିଡିପି ଅଭିବୃଦ୍ଧି ୨୦୨୨ ମସିହାରେ ୭.୪ ପ୍ରତିଶତ ଆକଳନ କରାଯାଇଥିଲା । ତେବେ ଏଥିରେ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଇଏମଏଫ୍ । ଆନୁଆଲ ୱାର୍ଲ୍ଡ ଇକୋନମିକ୍ ଆଉଟଲୁକ୍ ରିପୋର୍ଟରେ ଭାରତର ଆର୍ଥିକ ଅଭିବୃଦ୍ଧି ୬.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ସେହିପରି ୨୦୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୬.୧ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ତେବେ ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆ ମୁଖ୍ୟ ଅର୍ଥନୀତିଜ୍ଞ କହିଛନ୍ତି, ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ସେ କହିଛନ୍ତି, କରୋନା ମହାମାରୀ ବେଳେ ଭାରତ ସରକାର ବଳିଷ୍ଠ ପଦକ୍ଷେପ ନେଇଥିବାରୁ ଏହାର ସୁଫଳ ମିଳିଛି ।
ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲା ଆଇଏମଏଫ: କହିଲା, ଆଗକୁ ବାକିଅଛି ଆହୁରି ଖରାପ ସମୟ
/kanak/media/post_attachments/wp-content/uploads/2022/10/2022-08-26T010146Z_860906697_RC204W9LLRO4_RTRMADP_3_SRI-LANKA-CRISIS-JAPAN.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)