କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍ । ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନରେ ଏହା ସ୍ପଷ୍ଟ କରିଛି । ବର୍ତମାନ ଏହି ବାତ୍ୟା ପାରାଦୀପ ଠାରୁ ୨୦୦ କିମି ଦୂରରେ ରହିଛି । ବାଲେଶ୍ୱରରୁ ୨୯୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଘଂଟା ପ୍ରତି ୧୬ କିମି ବେଗରେ ବାତ୍ୟା ୟାସ୍ ଗତି କରୁଛି । ଆଇଏମଡି ଜାରି କରିଥିବା ବୁଲେଟିନ୍ରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି । ଧାମରାର ଦକ୍ଷିଣ ଏବଂ ଚାନ୍ଦବାଲିର ଉତର ପଟକୁ ଏହା ସ୍ଥଳଭାଗ ଛୁଇଁପାରେ ।
ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆସନ୍ତାକାଲି ମଧ୍ୟାହ୍ନ ସୁଧା ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ଏହା ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଅନୁମାନ କରାଯାଉଛି । ତେବେ ଆସନ୍ତାକାଲି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ । ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ ।
ତେବେ ବାତ୍ୟା ପ୍ରଭାବରେ ଆଜି ରାତିରୁ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପବନର ବେଗ ବଢ଼ିବ । ବର୍ତମାନ ପାରାଦୀପ ଓ ଗୋପାଳପୁରର ଡପଲର ରାଡାରରୁ ବାତ୍ୟା ୟାସ୍ ଉପରେ ସର୍ତକ ନଜର ରଖାଯାଇଛି । ପାରାଦୀପ ଡପଲର ରାଡାରରେ ବାତ୍ୟା ୟାସ୍ର ଚିତ୍ର ସ୍ପଷ୍ଟ ହେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/5-16.jpg)