ଆମେରିକାରୁ ଆସିଲା ନାରୀଶକ୍ତିର ଚିତ୍ର : ୯ ମାସର ଗର୍ଭବତୀ ସାଢେ ୫ ମିନିଟରେ ଦୌଡିଲେ ଦେଢ କିଲୋମିଟର

219

କନକ ବ୍ୟୁରୋ : ଗର୍ଭଧାରଣ ସମୟରେ ମହିଳାମାନଙ୍କ ମଧ୍ୟରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖବାକୁ ମିଳିଥାଏ । ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ପରିବର୍ତନ ଯୋଗୁଁ ଗର୍ଭବତୀ ମହିଳାମାନଙ୍କୁ ଅଧିକରୁ ଅଧିକ ବିଶ୍ରାମ ନେବକୁ ପରାମର୍ଶ ଦିଆଯାଇଥାଏ । ଦୌଡିବା, ତଳକୁ ନଇଁବା,ଭାରି ଜିନିଷ ଉଠାଇବା ଇତ୍ୟାଦି ମନା କରାଯାଇଥାଏ । କାହିଁକିନା ଏହାଦ୍ୱାରା ଉଭୟ ଶିଶୁ ଓ ମାଙ୍କପାଇଁ ବିପଦ ରହିଥାଏ । ହେଲେ ଆମେରିକାରେ ଜଣେ ମହିଳା ନିଜେ ଗର୍ଭବତୀ ଥିବା ସତ୍ତ୍ୱେ ଏପରି କାମ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମହିଳା ଶକ୍ତି ଯେକୌଣସି ଚ୍ୟାଲେଞ୍ଜକୁ ବି ସାମ୍ନା କରିପାରିବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଆମେରିକାର ଏହି ମହିଳା ଜଣକ । ୨୮ ବର୍ଷିୟା ମେକେନା ମିଲର ୯ ମାସର ଗର୍ଭାବସ୍ଥାରେ ଦୌଡିଛନ୍ତି ଏକ କିଲୋମିଟର ୬ଶହ ମିଟର । ମାତ୍ର ୫ମିନିଟ ୨୫ ସେକେଣ୍ଡରେ ସେ ଏହି ରାସ୍ତା ଅତିକ୍ରମ କରିଛନ୍ତି । ସୂଚନା ଅନୁସାରେ, ମିଲରଙ୍କ ସ୍ୱାମୀ ମିଲରଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯଦି ସେ ଗର୍ଭାବସ୍ଥାର ଶେଷ ମାସରେ ଆଠ ମିନିଟରେ ୧ କିଲୋମିଟର ୬ ଶହ ମିଟର ଦୌଡିପାରିବେ ତାହାହେଲେ ତାଙ୍କୁ ଶହେ ଡଲାର ଅର୍ଥାତ ୭ହଜାର ୩ ଶହ ଟଙ୍କା ଦେବେ । ଏହି ଚ୍ୟାଲେଞ୍ଜକୁ ମିଲର ଗ୍ରହଣ କରିଥିଲେ ।

ମିଲର ଦୈଡିବା ଭିଡିଓକୁ ତାଙ୍କ ସ୍ୱାମୀ ମୋବାଇଲରେ ସୁଟ କରିଥିଲେ ।ମିଲରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ମିଲରଙ୍କ ଏହି ଭିଡିଓ ଦେଖି କିଛି ଲୋକ ତାଙ୍କୁ ପ୍ରଶ୍ନ ପଚାରିଥିଲେ , ଏହା ଗର୍ଭରେ ଥିବା ଶିଶୁ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ତ? । ଏହାର ଉତ୍ତରରେ ମିଲର କହିଥିଲେ, ସେ ଏ ନେଇ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ୨୦୧୮ରେ ମିଲର କ୍ରସ କଂଟ୍ରି ଇଂଟରନ୍ୟାସନାଲ ଚ୍ୟାଲେଞ୍ଜରେ ଆମେରିକାର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ । ଗର୍ଭବସ୍ଥାରେ ୧.୬ କିଲୋମିଟର ଦୌଡିବା ପରେ ଏବେ ଚର୍ଚ୍ଚାରେ ରହିଛି ମିଲର ।

Comments are closed.