ଦାଉ ସାଧିଲା ବର୍ଷା ପାଣି : ପୁରୀର ସତ୍ୟବାଦୀ ଅଂଚଳରେ ବିଲରେ କୁତ୍ରିମ ନଦୀର ଭ୍ରମ, ବନ୍ୟାରେ ଧାନ ବିଲରେ ପହଁରିଲେ ଚାଷୀ; ବ୍ୟାପକ ଧାନ ଫସଲ ନଷ୍ଟ

Advertisment
ଦାଉ ସାଧିଲା ବର୍ଷା ପାଣି : ପୁରୀର ସତ୍ୟବାଦୀ ଅଂଚଳରେ ବିଲରେ କୁତ୍ରିମ ନଦୀର ଭ୍ରମ, ବନ୍ୟାରେ ଧାନ ବିଲରେ ପହଁରିଲେ ଚାଷୀ; ବ୍ୟାପକ ଧାନ ଫସଲ ନଷ୍ଟ
କନକ ବ୍ୟୁରୋ : ଦାଉସାଜିଲା ଲଘୁଚାପଜନିତ ବର୍ଷା । ଚାରିଆଡେ  କୁତ୍ରିମ ଚିଲିକାର ଭ୍ରମ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସତ୍ୟବାଦୀ ବ୍ଲକରେ । ବ୍ଲକର ବାଗଲପୁର, ପଦ୍ମପୁର, କହଳପଡା,ବିଲସାହି ଓ  ଢିହସାହିରେ ହଜାର ହଜାର ହେକ୍ଟର ଜମିରେ ଧାନ ଚାଷ ନଷ୍ଟ ହେବାକୁ ବସିଲାଣି ।  ରାସ୍ତା ବୁଡିବା  ସହ ଏକର ଏକର ଧାନ ଓ ପରିବା ଚାଷ  ନଷ୍ଟ ହୋଇଛି । ପାଣି ଏତେ ପରିମାଣରେ ଜମିଛି ଯେ ବିଲରେ ଧାନ ସ୍ଥିତି ଦେଖିବାକୁ  ଚାଷୀଙ୍କୁ ପାଣିରେ ପହଁରିବାକୁ ପଡୁଛି ।  publive-image
ସେପଟେ ଲଗାଣ ବର୍ଷାରେ ଫୁଲୁଛି ଢେଙ୍କାନାଳ କାମାକ୍ଷନଗର ଅଂଚଳ ଦେଇ ଯାଇଥିବା ବ୍ରାହ୍ମଣୀ ଓ ରାମିଆଳ ନଦୀ । ଭୁବନ ବ୍ଲକ ଜୟପୁର, କୃଷ୍ଣପୁର ଓ ମାଳପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି । ଏକର ଏକର ଚାଷ ଜମିରେ ପାଣି ମାଡି ବ୍ୟାପକ ଫସଲ ନଷ୍ଟ ହୋଇଛି । ସେପଟେ କଂକଡାହାଡ ଦଣ୍ଡାଧାର ଡ୍ୟାମର ଦୁଇଟି ଗେଟ ଖୋଲିବା ଆଉ ଉପର ମୁଣ୍ଡରେ ବର୍ଷା ହେବାରୁ ରେକୁଳା ଠାରେ ନଦୀ ପାଣି ବଢିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe