କନକ ବ୍ୟୁରୋ : ଦାଉସାଜିଲା ଲଘୁଚାପଜନିତ ବର୍ଷା । ଚାରିଆଡେ କୁତ୍ରିମ ଚିଲିକାର ଭ୍ରମ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସତ୍ୟବାଦୀ ବ୍ଲକରେ । ବ୍ଲକର ବାଗଲପୁର, ପଦ୍ମପୁର, କହଳପଡା,ବିଲସାହି ଓ ଢିହସାହିରେ ହଜାର ହଜାର ହେକ୍ଟର ଜମିରେ ଧାନ ଚାଷ ନଷ୍ଟ ହେବାକୁ ବସିଲାଣି । ରାସ୍ତା ବୁଡିବା ସହ ଏକର ଏକର ଧାନ ଓ ପରିବା ଚାଷ ନଷ୍ଟ ହୋଇଛି । ପାଣି ଏତେ ପରିମାଣରେ ଜମିଛି ଯେ ବିଲରେ ଧାନ ସ୍ଥିତି ଦେଖିବାକୁ ଚାଷୀଙ୍କୁ ପାଣିରେ ପହଁରିବାକୁ ପଡୁଛି । /kanak/media/post_attachments/wp-content/uploads/2020/08/vlcsnap-2020-08-27-09h00m54s041-300x220.png)
/kanak/media/post_attachments/wp-content/uploads/2020/08/vlcsnap-2020-08-27-09h00m54s041-300x220.png)
ସେପଟେ ଲଗାଣ ବର୍ଷାରେ ଫୁଲୁଛି ଢେଙ୍କାନାଳ କାମାକ୍ଷନଗର ଅଂଚଳ ଦେଇ ଯାଇଥିବା ବ୍ରାହ୍ମଣୀ ଓ ରାମିଆଳ ନଦୀ । ଭୁବନ ବ୍ଲକ ଜୟପୁର, କୃଷ୍ଣପୁର ଓ ମାଳପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଛି । ଏକର ଏକର ଚାଷ ଜମିରେ ପାଣି ମାଡି ବ୍ୟାପକ ଫସଲ ନଷ୍ଟ ହୋଇଛି । ସେପଟେ କଂକଡାହାଡ ଦଣ୍ଡାଧାର ଡ୍ୟାମର ଦୁଇଟି ଗେଟ ଖୋଲିବା ଆଉ ଉପର ମୁଣ୍ଡରେ ବର୍ଷା ହେବାରୁ ରେକୁଳା ଠାରେ ନଦୀ ପାଣି ବଢିଛି ।