ଶ୍ରୀମନ୍ଦିରରୁ ଖସିଲା ମୂର୍ତ୍ତି । ପଶ୍ଚିମଦ୍ୱାର ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ପଡି ସେବାୟତ ଗୁରୁତର ।

495

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଏକ ବଡ଼ ଖବର ପୁରୀ ଶ୍ରୀମନ୍ଦିରରୁ ଆସିଛି । ବଡ଼ ଦେଉଳରୁ ମୂର୍ତ୍ତି ଖସିପଡ଼ିଥିବା ଜଣାପଡ଼ିଛି । ଶ୍ରୀମନ୍ଦିରରେ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ପଡି ସେବାୟତ ଗୁରୁତର ହୋଇଛନ୍ତି । ତେବେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପ ମୁର୍ତ୍ତି ଖସିପଡ଼ିଛି । ଏପରିକି ମୂର୍ତ୍ତି ଖସି ପଡିବାରୁ ତଳେ ବସିଥିବା ସେବାୟତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସେବାୟତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।