କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀଙ୍କ ବାପା,ମା’ଙ୍କ ମିଳିଲା ପରିଚୟ । ରେଙ୍ଗାଲି ଅଞ୍ଚଳର ବାପା, ମା’ ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ବିଜୟନୀ ବାପା, ମା’ଙ୍କର ଦ୍ୱିତୀୟ ସନ୍ତାନ । ତେବେ ମା’ ମାନସିକ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ଏସପି । କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ ସ୍ପଷ୍ଟ କରିନାହାଁନ୍ତି ।
ଗତମାସ ରେଙ୍ଗାଲିର ଏକ ବୋରୱେଲ ଭିତରୁ ଶିଶୁକନ୍ୟା କାନ୍ଧୁଥିବାର ଜଣେ ଲୋକ ଦେଖିଥିଲେ । ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିଶୁକନ୍ୟାକୁ ବୋରୱେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିନ୍ତୁ ଦେହରେ ଆଘାତ ଲାଗିଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ଧୀରେ ଧୀରେ ଶିଶୁକନ୍ୟା ସୁସ୍ଥ ହୋଇଥିଲା । ଗତକାଲି ଶିଶୁକନ୍ୟାର ଏକୋଇସିଆ ପାଳନ କରାଯାଇଥିଲା । ଏଥିସହ ଶିଶୁକନ୍ୟାର ନାମ ବିଜୟୀନ ରଖାଯାଇଥିଲା ।