ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଲେ ଆଇସିଏମଆର ଡିଜି । କହିଲେ, ଭୂତାଣୁ ସହ ଠିକ୍ ମୁକାବିଲା କରିପାରିବେ ଛୋଟ ପିଲା ।

434

କନକ ବ୍ୟୁରୋ: ଦେଶରେ ସିରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ବଡ ସୂଚନା । ଦେଶରେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ଆଇସିଏମଆର ଡିଜି । ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆବ ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ବୟସ୍କଙ୍କ ତୁଳନାରେ ପିଲାଙ୍କ ଠାରେ ସଂକ୍ରମଣକୁ ସହିବାର ଶକ୍ତି ଅଧିକ ରହିଛି ।

ସିରୋ ସର୍ଭେରୁ ଜଣା ପଡିଛି ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବୟସ୍କ ଭଳି ରହିଛି । ଯଦି ସବୁ ପ୍ରକାର ବ୍ୟବସ୍ଥା କରାଯାଏ, ତାହାଲେ ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ ।