ସ୍ତ୍ରୀର ଅଶ୍ଳୀଳ ଭିଡିଓ ଶଶୁର ଘରକୁ ପଠାଇ ଗିରଫ ହେଲେ ସ୍ୱାମୀ । କନକ ନ୍ୟୁଜରେ ସ୍ତ୍ରୀ କହିଲେ ନିର୍ଯ୍ୟାତନାର ପୁରା କାହାଣୀ ।

1,436

କନକ ବ୍ୟୁରୋ: ସ୍ୱାମୀ ନା ସଇତାନ । ସ୍ତ୍ରୀର ଅଶ୍ଳୀଳ ଭିଡିଓ ଶ୍ୱଶୁର ଘରକୁ ପଠାଇ ଗିରଫ ହେଲା ସ୍ୱାମୀ । କନକ ନ୍ୟୁଜରେ ସ୍ତ୍ରୀ କହିଲେ ନିର୍ଯ୍ୟାତନାର ପୁରା କାହାଣୀ । ମୁହଁରେ କପଡ଼ା ଦେଇ ନିଶାଶକ୍ତ ଅବସ୍ଥାରେ ମାଡ ମାରନ୍ତି ସ୍ୱାମୀ ସତ୍ୟବ୍ରତ ପଣ୍ଡା । ଯାଜପୁର ଜିଲ୍ଳା କୁଆଖିଆ ଥାନା ମାନପୁର ଗାଁରୁ ଆସିଲା ଲଜ୍ଜିତ କଲାଭଳି ଘଟଣା ।

୨୦୧୬ ମସିହା ଜୁଲାଇ ୧୫ ତାରିଖରେ ସତ୍ୟବ୍ରତଙ୍କୁ ବିବାହ କରିଥିଲେ ଅଭିଯୋଗକାରିଣୀ ମହିଳା । ବିବାହ କିଛି ଦିନ ଭଲରେ ଚାଲିଥିଲା ସଂସାର । ହେଲେ ପରେ ସ୍ୱାମୀ ସତ୍ୟବ୍ରତର ଅତ୍ୟାଚାର ଧୀରେ ଧୀରେ ବଢ଼ି ଯାଇଥିଲେ । ମାଡ଼ ମାରିବା ସହ ସ୍ତ୍ରୀର ଅଶ୍ଲୀଳ ଭିଡିଓ ଶଶ୍ୱୁର ଘରକୁ ପଠାଉଥିଲା ସ୍ୱାମୀ ।

କେବଳ ଏତିକି ନୁହେଁ. ଏହା ସହ କିଛି କହିଲେ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲା ସ୍ୱାମୀ । ନିର୍ଯ୍ୟାତନା ସହି ନପାରି ଶେଷରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା । ମହିଳାଙ୍କ ଅଭିଯୋଗକୁ ଭିତି କରି ସ୍ୱାମୀ ସତ୍ୟବ୍ରତକୁ ଗିରଫ କରିଛି କୁଆଖିଆ ଥାନା ପୁଲିସ ।