ସାମାନ୍ୟ ବଚସାରୁ ସ୍ତ୍ରୀକୁ ଛୁରାମାଡ କରି ଲହୁଲୁହାଣ କଲା ସ୍ୱାମୀ: ରାୟଗଡା ସହରର ନଦୀ ସାହିରେ ଚାଂଚଲ୍ୟ

250

କନକ ବ୍ୟୁରୋ: ସ୍ୱାମୀଙ୍କ ଛୁରା ମାଡରେ ସ୍ତ୍ରୀ ଗୁରୁତର । ରାୟଗଡା ସହରର ନଦୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଛୁରା ମାଡରେ ଆହତ ସ୍ତ୍ରୀଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅଭିଯେ୍ଧଜ୍ଞ ଅନୁସାରେ କୌଣସି କାରଣକୁ ନେଇ ନଦୀ ସାହିର ପ୍ରଦୀପ ବେହେରା ଓ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପାଟିତୁଣ୍ଡ, ଯୁକ୍ତିତର୍କ ପରେ ରାଗି ଯାଇ ପ୍ରଦୀପ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ବାସନ୍ତୀଙ୍କ ଚିକ୍ରାର ଶୁଣି ସାହିବାସିନ୍ଦା ଘଟଣାସ୍ଥଳକୁ ଆସିଯିବାରୁ ପ୍ରଦୀପ ଫେରାର ହୋଇଯାଇଛି । ଛୁରାମାଡରେ ବାସନ୍ତୀ ପେଟ ଓ ଦୁଇଟି ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ସାହିବାସିନ୍ଦା ଗୁରୁତର ବାସନ୍ତୀଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।