ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ । ପାରିବାରିକ କଳହରୁ ଅଭାବନୀୟ କାଣ୍ଡ ।

239

କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଂଚିଲା ସ୍ୱାମୀ । ହତ୍ୟା କରିବା ପରେ ଏକ ଅଖାରେ ସ୍ତ୍ରୀର ମୁଣ୍ଡ ଓ ଟାଙ୍ଗିଆକୁ ଧରି ଥାନାରେ ଆତ୍ମସମର୍ପଣ କରିଛି ଯୁବକ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଥାନା ଅଧିକାରୀଙ୍କ ସମେତ ଏସ୍ଡିପିଓ ଓ ଦଶପଲ୍ଲା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସର କହିବା ଅନୁସାରେ ବିଡ଼ାପାଜୁ ଗାଁର ଅର୍ଜୁନ ବାଘ ଓ ତାଙ୍କ ପତ୍ନୀ ଧରିତ୍ରୀ ବାଘଙ୍କ ମଧ୍ୟରେ ଘଗଡ଼ା ହୋଇଥିଲା । ଝଗଡା ବଢିବାରୁ ଅର୍ଜୁନ ଏକ ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ କରିଥିଲା ।