ଟଙ୍କା ପାଇଁ ସ୍ୱାମୀ କରିଦେଲା ପର: ଟଙ୍କା ଲୋଭରେ ଜଣେ ବ୍ୟବସାୟୀଙ୍କ ସହ ସ୍ତ୍ରୀକୁ ବିବାହ କରିଦେଲା ସ୍ୱାମୀ

755

କନକ ବ୍ୟୁରୋ: ସ୍ୱାମୀ କରିଦେଲା ପର । ଟଙ୍କା ଲୋଭରେ ଅନ୍ୟ ଜଣଙ୍କ ହାତକୁ ସ୍ତ୍ରୀର ହାତ ଟେକିଦେଲା ସ୍ୱାମୀ । ଯାହାର ହାତ ଧରି ବାହାହୋଇ, ସାତଜନ୍ମର ସାଥୀ କରିବ ବୋଲି ଶପଥ ନେଇଥିଲା ସ୍ତ୍ରୀ । ସେହି ସ୍ୱାମୀ, ନିଜ ସ୍ତ୍ରୀକୁ ଅନ୍ୟଜଣଙ୍କୁ ବାହା ଦେଇ ଦେଇଛି । ଏଭଳି ଅଭିଯୋଗ ହୋଇଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଂଚଳରେ । ଗତ ଅକ୍ଟୋବର ୩୦ ତାରିଖରେ ଦାଦନ ଖଟିବାକୁ ସ୍ୱାମୀ, ସ୍ତ୍ରୀ ଦିଲ୍ଲୀ ଯାଇଥିଲେ । ସେଠାରେ ପହଁଚିବା ପରେ ସ୍ୱାମୀ ଖିରା ବେରୁକ, ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ସହ ନିଜ ସ୍ତ୍ରୀର ବିବାହ କରିଦେଇଥିବା ଅଭିଯୋଗ ହୋଇଛି । ସ୍ୱାମୀ ଅନ୍ୟ ପୁରୁଷ ସହ ବାହା କରି ଦେଇଥିବା ନେଇ ସ୍ତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଛି । ଖିରା ବେରୁକ ବିରୋଧରେ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ଲୋକେ । ଘଟଣାରେ ସ୍ୱାମୀ ଖିରାକୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି ।