କନକ ବ୍ୟୁରୋ: ମୋର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି, ସାତ ଜନମକୁ ସାକ୍ଷୀ ରଖି ହାତଧରିଥିବା ସ୍ଵାମୀ ହାତ ଛାଡି ଦେଇଛି, ମୁଁ ଵଂଚିବାକୁ ଚାହେଁ ହାତ ଜୋଡି ଏଭଳି କରୁଣ ନିବେଦନ କରୁଛନ୍ତି କିଡନୀ ରୋଗରେ ଅ।କ୍ରାନ୍ତ ପିପିଲି ଏନଏଏସି ୮ନଂ ଓ୍ଵାର୍ଡ ଭବାନୀପୁର ଅଂଚଳର ସବନମ ବେଗମ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ବୃଦ୍ଧ ବାପାମା ଝିଅକୁ ସୁସ୍ଥ କରିବା ନିମନ୍ତେ ସରକାରଙ୍କ ପାଖରେ ନିବେଦନ କରିଥିବା ବେଳେ ସହଯୋଗର ପ୍ରତିଶୃତି ଦେଇଛି ସ୍ଥାନୀୟ ପ୍ରଶାସନ।
ଝିଅର ଯନ୍ତ୍ରଣା ଓ ନାତିର ଅଭାବ ସଂପର୍କରେ କହିବା ବେଳେ କୋହ ସମ୍ଭାଳି ପାରୁନାହାନ୍ତି ଆଇ ମାଆ । ଆଖିରୁ ଧାର ଧାର ବହି ଯାଉଛି ଲୁହ । କୀଡନ ରୋଗରେ ପୀଡିତ ଝିଅକୁ ସୁସ୍ଥ କରିବା ପାଇଁ ଅନବରତ ଚେଷ୍ଟା କରୁଥିବା ବାପା-ମାଆ ନାତିର ଆବଶ୍ୟକତା ପୂରଣ କରି ପାରୁନାହାନ୍ତି । ପିପିଲି ଏନଏଏସି ଭବାନୀପୁରର ସବନମ୍ ବେଗମ୍ଙ୍କ ଦୁଇଟି ଯାକ କୀଡିନ ନଷ୍ଟ ହୋଇଯାଇଛି । ସବନମ୍ ସୁସ୍ଥ ଥିବା ବେଳେ ଜଗତସିଂହପୁରରେ ଶାଶୁଘରେ ବେଶ ହସଖୁସିରେ ଥିଲେ । ହେଲେ ଶରୀରରେ ରୋଗ ସବାର ହେବା ପରେ ହାତ ଛାଡିଦେଲା ସ୍ୱାମୀ । ବାସ ତା ପରଠାରୁ କୁନି ପୁଅକୁ ଧରି ବାପାଘରେ ଜୀବନ ଯନ୍ତ୍ରଣାର ଦୋଛକିରେ ସଂଘର୍ଷ କରୁଛନ୍ତି ସବନମ୍ ବେଗମ୍ ।
ସବନମ୍ଙ୍କ ପାଇଁ ଦେଢବର୍ଷ ହେଲା ଜୀବନ ପାଲଟିଯାଇଛି ବୋଝ । ୨ଟି ଯାକ କିଡନୀ ନଷ୍ଟ ହୋଇ ଯାଇଥିବାରୁ ଡାଏଲସିସ୍ କରାଯାଉଛି । ରକ୍ତ ମଧ୍ୟ ଦେବାକୁ ପଡୁଛି । ସବନମ୍ଙ୍କ ଚିକିତ୍ସା ପାଇଁ ସର୍ବସାନ୍ତ ହୋଇ ସାରିଲେଣି ଏହି ଅଭାବୀ ପରିବାର । ଆଉ ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାର ଓ ବେସରକାରୀ ସହାୟତା ପାଇଁ ଅକୁଳ ନିବେଦନ କରିଛନ୍ତି ସବନମ୍ ଓ ତାଙ୍କ ବାପା-ମାଆ । ସେପଟେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ସ୍ଥାନୀୟ ପ୍ରଶାସନ ।
ମାଆର ମୁଣ୍ଡ ଆଉଁସି ରୋଗ ଯନ୍ତ୍ରଣାକୁ ହାଲୁକା କରିବା ପାଇଁ କୁନି ପୁଅ ଚେଷ୍ଟା କରୁଛି, ଆପଣମାନେ ବି ଚାହିଁଲେ ଏହି ୭୩୮୧୯୩୦୧୭୦ ନମ୍ବରରେ କଲ କରି ଜଣେ ଅସହାୟ ମାଆକୁ ସହଯୋଗ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/30-6.jpg)