କନକ ବ୍ୟୁରୋ : ପାରିବାରି କଳହର କରୁଣ ପରିଣତି । କଟୁରୀରେ ହାଣି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ମୃତକ ମହିଳା ଜଣକ ହେଲେ ଲିଲି ଦଣ୍ଡପାଟ । ୧୦ ବର୍ଷ ତଳେ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗାଁର ଲିଲିକୁ ବିବାହ କରିଥିଲା ଅର୍ଜୁନ ଦଣ୍ଡପାଟ । ବିବାହ ପରଠାରୁ ଲିଲିଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା ।

Advertisment

ସୋମବାର କୌଣସି କାରଣରୁ ସ୍ତ୍ରୀ ଲିଲି ଶୋଇଥିବା ବେଳେ ଅର୍ଜୁନ ତାଙ୍କୁ ହାଣି ହତ୍ୟା କରିଥିଲା । ବିଡମ୍ବନାର କଥା ହତ୍ୟାକାଣ୍ଡ ପରେ କିଛି ନଜାଣିବା ପରି ମୃତଦେହ ନିକଟରେ ଚୁପଚାପ ଶୋଇ ପଡ଼ିଥିଲା ଅର୍ଜୁନ । ଏସବୁ ଘଟୁଥିଲା ୧୦ ବର୍ଷର ଝିଅ ଆଗରେ । ଏବେ କୁନି ଝିଅଟି କନକ ନ୍ୟୁଜ କ୍ୟାମେରା ଆଗରେ ହତ୍ୟା ସମୟ ଘଟଣା ବର୍ଣ୍ଣନା କରିଛି ।