କନକ ବ୍ୟୁରୋ: ରାକ୍ଷୀ ପର୍ଣ୍ଣିମାରେ ଅଘଟଣ । ଦୋକାନ ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି । ଗଞ୍ଜାମ ୧୬ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ୱର କଳାଝରନଇ ନିକଟରେ ଏଭଳି ଅଘଟଣା ଘଟିଛି । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତ ଦେହ ରହିଥିବାବେଳେ ସ୍ୱାମୀଙ୍କ ମୃତଦେହ ତଳେ ପଡ଼ି ରହିଛି । ହତ୍ୟା କି ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।