ପୁଅର ମୃତ୍ୟୁକୁ ସହିପାରିଲେନି ବାପା ମାଆ : ପୁଅ ମୃତ୍ୟୁର ବର୍ଷକ ପରେ ବାପା ମା’ଙ୍କ ଆତ୍ମହତ୍ୟା ଉଦ୍ୟମ  

ସ୍ୱାମାଙ୍କ ମୃତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ 

310

କନକ ବ୍ୟୁରୋ : ପୁଅ ମୃତ୍ୟୁକୁ ସହିପାରିଲେନି ବାପା ମାଆ । ପୁଅ ମୃତ୍ୟୁର ବର୍ଷକ ପରେ ବାପା ମାଆଙ୍କ ଆତ୍ମହତ୍ୟା ଉଦ୍ୟମ ।  କଳାହାଣ୍ଡି ତୁମେରମୁଣ୍ଡା ଗାଁର ବିଷ୍ଣୁ ଗଉଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିବା ସ୍ତ୍ରୀ ନିଜର ମାନସିକ ଭାରସାମ୍ୟ ହରାଇବସିଛନ୍ତି ।  ୨୦୧୯ ଜୁଲାଇ ୨୪ରେ ବିଷ୍ଣୁ ଗଉଡଙ୍କ ପୁଅ ସତୀଶ ଗଉଡଙ୍କ ସାପୁ କାମୁଡାରେ ମୃତ୍ୟୁ ହୋଇଥିଲା ।

ଏହା ପରେ ଏକମାତ୍ର ପୁଅକୁ ହରାଇ ବିଷ୍ଣୁ ଗଉଡଙ୍କ ପତ୍ନୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏହା ପରେ ମାଧବୀଙ୍କୁ ହସ୍ପିଟାଲ ନେଇ ଚିକିତ୍ସିତ କରୁଥିଲେ ବିଷ୍ଣୁ । ଗତକାଲି ସ୍ୱାମୀ, ସ୍ତ୍ରୀ  ଘରକୁ ଫେରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।