ପକ୍ଷୀ ଶିକାରର ନୂଆ ତରିକା: ପୋଖରୀ ଉପରେ ଜାଲ ବିଛାଇଛନ୍ତି ଶିକାରୀ, ମାଛ ଖାଇବାକୁ ଆସି ଫାସରେ ପଡୁଛନ୍ତି ପକ୍ଷୀ

133

କନକ ବ୍ୟୁରୋ: ବାଙ୍କୀରେ ପକ୍ଷୀ ଶିକାରର ନୂଆ ତରିକା ଆପଣାଇଛନ୍ତି ଶିକାରୀ । କଟକ ଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କିଛି ଦିନ ହେବ ପଥର ତୁଠ ଠାରେ ଥିବା ଜଳାଶୟରେ ବନ୍ଧା ହୋଇଛି ଏକ ଜାଲ । ପାଣି ପିଇବାକୁ ଓ ମାଛ ଖାଇବାକୁ ଯାଇ ସେହି ଜାଲରେ ଛନ୍ଦି ହେଉଛନ୍ତିି ବିଭିନ୍ନ ପ୍ରକାରର ପକ୍ଷୀ । ଏବଂ ସେହି ପକ୍ଷୀଙ୍କୁ ଶିକାର କରୁଛନ୍ତି ଶିକାରୀ ।

ଦିନ ଦ୍ୱିପହରେ ପକ୍ଷୀ ଶିକାର ହେଉଥିଲେ ମଧ୍ୟ ବନ ବିଭାଗ କର୍ମଚାରୀଙ୍କ ଦୃଷ୍ଟି ପଡୁନାହିଁ । ସୂଚନା ଅନୁସାରେ ବାଙ୍କୀ ଥାନା ନିକଟରେ ୬ହଜାରରୁ ଅଧିକ ବାଦୁଡି ରୁହନ୍ତି । ଏମାନେ ସବୁଦିନ ଖାଦ୍ୟ ସନ୍ଧାନରେ ବାହାରନ୍ତି । ଯାହାର ଫାଇଦା ଏହି ଶିକାରୀମାନେ ଉଠାନ୍ତି । ଏହାସହ ଖାଦ୍ୟରେ ବିଷ ଦେଇ ମଧ୍ୟ ପକ୍ଷୀଙ୍କୁ ଶିକାର କରାଯାଉଥିବା ଅଭିଯୋଗ ହୋଇଛି ।