କନକ ବ୍ୟୁରୋ : ଆଜି ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀ ହୋହଲ୍ଲା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିବାରୁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ରଖିଲେ ବାଚସ୍ପତ୍ତି । ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ବିଜେପି ପ୍ରଥମେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିବା ବେଳେ ଚାଷୀ ଓ ମରୁଡି ସମସ୍ୟା ନେଇ ଗୃହରେ ହଟ୍ଟଗୋଳ କରିଥିଲା କଂଗ୍ରେସ । ବାଚସ୍ପତ୍ତିଙ୍କ ପୋଡିୟମ୍ ନିକଟରେ ନାରାବାଜି କରିବା ସହ ହୋହଲ୍ଲା କରିଥିଲେ । ପ୍ରଶ୍ନକାଳକୁ ଚଲାଇ ଦେଇନଥିଲେ ବିରୋଧି । ଯାହାକୁ ନେଇ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତ୍ତି
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହାଲ୍ଲା । ସାଢେ ୧୧ଟା ଯାଏଁ ଗୃହ ମୁଲତବି
/kanak/media/post_attachments/wp-content/uploads/2022/08/Screen-Shot-2022-08-01-at-11.00.01-AM.png)