କନକ ବ୍ୟୁରୋ : ରହିବାକୁ ଜାଗା ନାହିଁ । ଗରିବ ବୋଲି ସରକାର ଆବାସ ଯୋଜନାରେ ଦେଇଥିଲେ ଘର । ଗୋଟିଏ କି ଦୁଇଟି ନୁହଁ ଏକାଥରକେ ୪୦ ଘରର ଟଙ୍କାକୁ ଆତ୍ମସାତ କରିଦେଲେ ଜିଆରଏସ ଓ ଜେଇ ବୋଲି ଅଭିଯୋଗ ହୋଇଛି । ଚଂଚକତା କରି କୋରାପୁଟ ବୈପାରୀଗୁଡା ବ୍ଲକ ଅଣ୍ଡିରାଗୁଡା ଗାଁର ଜିଆରଏସ ଘର ପିଛା ଏକ ଲକ୍ଷ ୩୦ ହଜାର ଟଙ୍କା ହିସାବରେ ୪୦ ଜଣଙ୍କ ଟଙ୍କାକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି ।
ଏପରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ହିତାଧିକାରୀ । ଏନେଇ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇସାରିଲେଣି , କିନ୍ତୁ କିଛି ସୁଫଳ ମିଳି ନାହିଁ । ବୈପାରୀଗୁଡା ବିଡିଓ ଏନେଇ ଆଲୋଚନା କରିବା ପାଇଁ ମଧ୍ୟ ପ୍ରସ୍ତୁତ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜୟପୁର ଉପଜିଲ୍ଲାପାଳ ଘଟଣାକୁ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/7-14.jpg)