ଭଡାଟିଆଙ୍କ ପାଇଁ ମାଲିକଙ୍କ ଅଜବ ନିୟମ, ଶୁଣିଲେ ମୁଣ୍ଡ ଘୁରିଯିବ ।

1,913

କନକ ଟିଭି: ଆଜିକାଲି ମନ ମୁତାବକ, ଘରଟିଏ ଖୋଜିବା କାଠିକର ପାଠ । ଆଉ ଯଦିବି ମିଳିଯାଏ ଘର ମାଲିକଙ୍କ କଟକଣା ସର୍ତ୍ତ ଆହୁରି ଚିନ୍ତା ବଢାଇଦିଏ । ଏମିତି ଜଣେ ଘର ମାଲିକଙ୍କ କିଛି ସର୍ତ୍ତ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ । ଇଂଲଣ୍ଡରେ ଜଣେ ଘର ମାଲିକ ନର୍ଥ ମାଞ୍ଚେଷ୍ଟର ସ୍ଥିତ ନିଜ ଘରକୁ ଭଡାରେ ଦେବାକୁ ଅନଲାଇନ୍ ବିଜ୍ଞପ୍ତି ପ୍ରକାଶ କଲେ ଆଉ ତା’ ସହ ପ୍ରକାଶ କଲେ ଭଡାଟିଆଙ୍କ ପାଇଁ ସର୍ତ୍ତ, ଯାହା ଭାଇରାଲ ହେବାକୁ ଲାଗିଲା । ଏଥିରେ ଲେଖାଯାଇଥିବା ନିୟମ ମୁତାବକ, ମାଲିକ ଜଣକ ନିଜ ଘରର ୩ ବଖରାରୁ ଗୋଟିଏ ବଖରା ସହ ଗୋଟିଏ କିଚେନ୍ ରୁମ ଭଡାରେ ଦେବାକୁ ଚାହୁଁଛନ୍ତି । ଏଥିପାଇଁ ଭଡା ରହିଛି ୯୪୫ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୯୭ ହଜାର ଟଙ୍କା ।

 

ଏହା ସହ ନିୟମ ଗୁଡିକ ହେଉଛି ଏହି ଘରେ ରହିବାକୁ ଥିବା ବ୍ୟକ୍ତି ଶାକାହାରୀ ହୋଇଥିବେ । ରାତି ୯ଟା ପରେ ଭଡାଟିଆ ଗୀତ ଶୁଣିପାରିବେ ନାହିଁ କି ରାତି ୮ଟା ପରେ ଗାଧୋଇ ପାରିବେ ନାହିଁ । ତାଙ୍କ ପାଖକୁ କୌଣସି ଅତିଥି ଆସିପାରବେ ନାହିଁ ଯଦିବା ପଳାଇଆସିଲେ ଭଡାଟିଆଙ୍କୁ ଦିଆଯାଇଥିବା ବାଥ୍ ରୁମ୍ ବ୍ୟବହାର କରିପାରିବେ ନାହିଁ । ଯଦି ୱାଇଫାଇ ବ୍ୟବହାର କରନ୍ତି ଏଥିପାଇଁ ଅଧିକ ୭୫୦୦ ଟଙ୍କା ଅଧିକ ଦେବାକୁ ପଡିବ । ଘର ଓ ରୋଷେଇ ଘରକୁ ନିୟମିତ ସଫା କରିବାକୁ ପଡିବ । ଘର ମାଲିକ ପ୍ରତି ସପ୍ତାହରେ ଏହା ଯାଞ୍ଚ କରିବେ । ଘରେ କୌଣସି ପୋଷା ଜନ୍ତୁ ରଖିପାରିବେ ନାହିଁ । ଅନଲାଇନରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମାଲିକଙ୍କୁ ୟୁଜର୍ସମାନେ ନିଧୁମ ଗାଳି କରିଛନ୍ତି ।