କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ପୋଲକା ଡଙ୍ଗରରେ ବାସ କରୁଥିବା ୫ ବନବାସୀଙ୍କ ଘରକୁ କେହି ଦୁର୍ବୃତ ପୋଡ଼ି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଡ଼ପୋଡ଼ାଗୁଡ଼ା ପଂଚାୟତର ୬ଟି ପରିବାର ଓ ନବରଙ୍ଗପୁର ଚନ୍ଦ୍ରପୁର ଗାଁର ୬ ପରିବାର, ଦୀର୍ଘ ୫ ବର୍ଷ ହେଲା ଜଙ୍ଗଲରେ ବସବାସ କରି ଆସୁଥିଲେ । ଏହି ୧୨ଟି ପରିବାର ମକାଚାଷ କରି ଜୀବିକା ନିର୍ବାହ କରୁଥିଲେ । ହେଲେ ମଙ୍ଗଳବାର ଅପରାହ୍ନରେ କିଛି ଦୁର୍ବତ ଆସିବ ୫ ବନବାସୀଙ୍କ ଘର ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି ।
ଘର ପୋଡ଼ି ଦେବା ଫଳରେ ଘରେ ଥିବା ଡାଲି, ଚାଉଳ ମକା ସାଙ୍ଗକୁ ଘରର ଆସବାବପତ୍ର ସବୁ ପୋଡ଼ି ଯାଇଛି । ଆଉ ଏହି ୫ଟି ପରିବାର ଏବେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟମାନେ ଏହି ଘରପୋଡ଼ିକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/11.jpg)
/kanak/media/post_attachments/wp-content/uploads/2020/10/Screen-Shot-2020-10-01-at-8.46.49-AM.png)
/kanak/media/post_attachments/wp-content/uploads/2020/10/Screen-Shot-2020-10-01-at-8.46.27-AM.png)