ବିଧାନସଭାରେ ବିରୋଧୀଙ୍କର ଘଣ୍ଟମାଡ । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

94

କନକ ବ୍ୟୁରୋ: ପୁଣି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ । ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଖାଲି ସେତିକି ନୁହେଁ ବିଜେପି ବିଧାୟକମାନେ ବିଧାନସଭା ଭିତରେ ଘଣ୍ଟ ବାଡେଇ ହଟ୍ଟଗୋଳ କରିଥିଲାବେଳେ, କଂଗ୍ରେସ ବିଧାୟକ ମଧ୍ୟ ଗୃହ ଭିତରେ ହୋ ହଲ୍ଲା କରିଛନ୍ତି । ବିଧାନସଭାରେ ଆଜି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଘଣ୍ଟମାଡ କରିଛନ୍ତି । ବିରୋଧୀମାନେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ପ୍ଲାକାର୍ଡ ମଧ୍ୟ ଫୋଫାଡିଛନ୍ତି । ଏହାପରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।