କନକ ବ୍ୟୁରୋ: ହଟ୍ଟଗୋଳ ଭିତରେ ଗୃହରେ ପାରିତ ହେଲା ୪ଟି ବିଲ୍ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ କାଲି ଯାଏଁ ଗୃହ ମୁଲତବୀ ରଖାଯାଇଛି । ଆଜି ଗୃହ ଆରମ୍ଭରୁ ବିରୋଧୀ ଦଳ ହଙ୍ଗାମା କରିଥିଲେ । ଏହାପରେ ବାଚସ୍ପତିଙ୍କ ଚାମ୍ବର ମଧ୍ୟ ଘେରିଥିଲେ ବିଜେପି ଓ କଂଗ୍ରେସ ।
ବିଧାନସଭାରେ ପାରିତ ହୋଇଥିବା ବିଲ୍ ଗୁଡିକ ହେଲା ଓଡିଶା ପଞ୍ଚାୟତ ସଂଶୋଧନ ବିଲ, ଓଡିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ, ଓଡିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍, ଭାରତୀୟ ଷ୍ଟାମ୍ପ ଓଡିଶା ସଂଶୋଧନ ବିଲ୍ ।
ଆଜି ୪ଟାରେ ବାଚସ୍ପତିଙ୍କ ଚାମ୍ବର ଘେରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କୁ ତାଙ୍କ ଚେୟାରକୁ ଆସିବାକୁ ଦେଇନଥିଲେ ବିରୋଧୀ । ବିରୋଧୀଙ୍କ ଘେରାଉ ଯୋଗୁଁ ଗୃହ ଆସିପାରିଲେନି ବାଚସ୍ପତି । ଏହାପରେ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତି ଗୃହ ପରିଚାଳନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/4-12.jpg)