କନକ ବ୍ୟୁରୋ: ଜଳିଗଲା ଘର, ଖୋଲା ଆକାଶ ତଳେ ପରିବାର । କେମିତି ଚଳିବେ? ପାଖରେ ପଇସା ନାହିଁ କି ନାହିଁ ସଉଦା ପତ୍ର । ନିଆଁର ଆଁରେ ନିିମିଷେକେ ଜଳିଗଲା ସବୁକିଛି । ଏବେ ଖରାରେ ଅଛନ୍ତି ୩୦ ପରିବାର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ହରିଜନ ସାହି ଗତକାଲି ଲାଗିଥିଲା ନିଆ । ଗାଁର ଶରତ ନାଏକଙ୍କ ଘରେ ପାରିବାରିକ କଳହ ଉଗ୍ରରୂପ ନେଇଥିଲା । ରାଗରେ ଶରତ ପ୍ରଥମେ ତାଙ୍କ ଘରେ ନିଆଁ ଲଗାଇଦେଇଥିଲେ । ସେହି ନିଆଁ ବ୍ୟାପି ଅନ୍ୟଘର ସବୁ ଜଳିଯାଇଥିଲା । ଜୀବନ ବଞ୍ଚାଇବା ପାଇଁ ଘରେ ଥିବା ମହିଳାମାନେ ଛୋଟ ଛୋଟ ଛୁଆମାନଙ୍କୁ ଧରି ଘରୁ ପଦାକୁ ବାହାରି ଆସିଥିଲେ । ପିନ୍ଧା ଲୁଗା ଛାଡିଦେଲେ ଆଉ କିଛି ଉଧାର ହୋଇପାରି ନଥିଲା । ରଖିଥିବା ସମ୍ପତ୍ତିି ଆଖି ଆଗରେ ଜଳି ପାଉଁଶ ହୋଇଯାଇଛି । ସେହିପରି ଦିନ କେଇଟା ପରେ ଜାହାଜ ନାୟକଙ୍କ ଝିଅ ବିବାହ କରିଥାନ୍ତେ । ହେଲେ ଅଗ୍ନିକାଣ୍ଡରେ ଟଙ୍କା, ପଇସା, ଘରଦ୍ୱାର ସବୁ ଜଳିଯାଇଛି । କେମିତି ଝିଅ ବିବାହ କରିବେ ସେନେଇ ଚିନ୍ତାରେ । ସରକାରୀ ସାହାଯ୍ୟ ପାଇଁ ଅନେଇ ବସିଛନ୍ତି ପୁରା ଗାଁ । ଗତକାଲି କେବଳ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।