କନକ ବ୍ୟୁରୋ : କିଏ ବୁଝିବ ଦାଦନ ଦୁଃଖ । ଦୁବାଇରୁ ହାଇଦ୍ରାବାଦ ଫେରିଥିବା ୧୬ଜଣ ଓଡିଆ ଲୋକଙ୍କୁ ସେଠାକାର ଏକ ହୋଟେଲ ସଙ୍ଗରୋଧ ପାଇଁ ବିଲ ଦେଇଛି ଲକ୍ଷେ ୨୮ ହଜାର ଟଙ୍କା । ନିଜେ ଏହି ଗୁହାରୀ କରିଛନ୍ତି ଖୋଦ୍ ଶ୍ରମିକ । ଏପରିକି ଟଙ୍କା ପୈଠ ନକରିପାରିବାରୁ ହାଇଦ୍ରାବାଦର ହୋଟେଲ କର୍ତ୍ତୃପକ୍ଷ ଖାଇବା ବି ବନ୍ଦ କରିଦେଇଛନ୍ତି ।
Advertisment
publive-image
ଖବର ଅନୁସାରେ, ଦୁବାଇରେ ଖରାପ ଅବସ୍ଥାରେ ରାଜ୍ୟର ୧୬ ଓଡିଆଙ୍କୁ ହାଇଦ୍ରାବାଦ ଅଣାଯାଇଥିଲା । ହାଇଦ୍ରାବାଦରେ ପଂହଚିବା ପରେ ଓଡିଶା ଫେରିବା ପୂର୍ବରୁ ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତଙ୍କୁ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ବାଧ୍ୟ କରିଥିଲେ । ହାଇଦ୍ରାବାଦ ଗାଛିବାୱଲି ଅଂଚଳର ଏକ ହୋଟେଲରେ ଏମାନଙ୍କୁ ସଙ୍ଗରୋଧରେ ପଠାଯାଇଥିଲା ।
ହୋଟେଲ ପଂହଚିବା ପରେ କର୍ତ୍ତୃପକ୍ଷ ଜଣକ ପିଛା ୮ ହଜାର ଲେଖାଁଏ ୧୬ଜଣଙ୍କୁ ଲକ୍ଷେ ୨୮ ହଜାର ଟଙ୍କା ଦେବାକୁ କହିଥିଲେ । ନଦେଲେ ପୁଲିସ ହେପାଜତକୁ ନିଆଯିବ ବୋଲି ଧମକ ଦିଆଯାଇଥିଲା । ଟଙ୍କା ନଦେବାରୁ ଖାଇବାକୁ ଦିଆଯାଇନଥିବା ବି ଅଭିଯୋଗ ଆଣିଛନ୍ତି ଦୁବାଇରୁ ଫେରିଥିବା ଶ୍ରମିକ ।