ଦୁଇ ସପ୍ତାହରେ ଛିଡାହେଲା ହସ୍ପିଟାଲ । ଆଇସିୟୁଠୁ ନେଇ ଭେଣ୍ଟିଲେଟର, ରହିଛି ସମସ୍ତ ବ୍ୟବସ୍ଥା

274

କନକ ବ୍ୟୁରୋ : ମାତ୍ର ଦୁଇ ସପ୍ତାହରେ ତିଆରି ହେଲା ହସ୍ପିଟାଲ । ଯେଉଁ ମେଡିକାଲ ସେବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା ତାହା ଏବେ ହାତ ପାହାନ୍ତାରେ ମିଳିବ । ଏଣିକି ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବେ ସ୍ୱାଭିମାନ ଅଞ୍ଚଳବାସୀ ।
ରାଜ୍ୟର ପଛୁଆ ଅଞ୍ଚଳ କୁହାଯାଉଥିବା ମାଲକାନଗିରିରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ ପୋର୍ଟେବୁଲ ହେଲଥ ସେଣ୍ଟ ର । ଆଇସିୟୁଠୁ ଆରମ୍ଭ କରି ଭେଣ୍ଟିଲେଟ ସମସ୍ତ ବ୍ୟବସ୍ଥା ରହିଛି ଏହି ପୋର୍ଟେବୁଲ ହସ୍ପିଟାଲରେ । ଏଥର ରୋଗରେ ପଡିଲେ ନଇ ନାଳ ପାରି ହୋଇ ଲୋକଙ୍କୁ ଯିବାକୁ ପଡିବନି ବହୁ ଦୂର । ସବୁଠୁ ବଡ କଥା ହେଉଛି, ମାତ୍ର ଦୁଇ ସପ୍ତାହରେ ତିଆରି ହୋଇଛି ଏହି ଡାକ୍ତରଖାନା । ସ୍ୱାଭିମାନ ଅଂଚଳବାସୀଙ୍କ ପାଇଁ ୨ କୋଟି ଟଙ୍କା ମୂଲ୍ୟରେ ୫୦ ଶର୍ଯ୍ୟା ବିଶିଷ୍ଠ ଡାକ୍ତରଖାନା ନିର୍ମାଣ କରିଛି ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ । ଚେହ୍ନାଇ ଆଆଇଟି ପକ୍ଷରୁ ଏହି ପୋର୍ଟେବୁଲ ହେଲଥ୍ ସେଂଟରଟି ନିର୍ମାଣ କରାଯାଇଛି । ହସ୍ପିଟାଲରେ ଥିବା ପ୍ରତିଟି ୱାର୍ଡରେ ୧୪ଟି ଲେଖାଏଁ ସଜ୍ୟା ରହିଛି । ପ୍ରତି ୱାର୍ଡରେ ଆଇ.ସି.ୟୁ, ଭେଣ୍ଟିଲେଟର ଏବଂ ଅକ୍ସିଜେନ୍ ସୁବିଧା ଉପଲବ୍ଧ ରହିଛି । ଏହାସହ ରୋଗୀଙ୍କ ପାଇଁ ଚକାଚକ୍ ଟଏଲେଟ ମଧ୍ୟ ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ଯେପରି ଡାକ୍ତର ସବୁ ସମୟରେ ଉପସ୍ଥିତ ରହିପାରିବେ ସେଥିପାଇଁ ରେଷ୍ଟରୁମ୍ ମଧ୍ୟ କରାଯାଇଛି ।
ସ୍ୱାଭିମାନ ଅଞ୍ଚଳର ପାହାଡି ଇଲାକାରେ ଏହି ହସ୍ପିଟାଲ ସ୍ଥାପନ କରାଯାଇଛି । ପାହାଡ ଉପରେ ହସ୍ପିଟାଲକୁ ସ୍ଥାପନ କରିବା କଠିନସାଧ୍ୟ ଥିଲେବି କ୍ରେନ୍ ସାହାଯ୍ୟରେ ଏଠାରେ ହସ୍ପିଟାଲ ସ୍ଥାପନ ହୋଇପାରିଛି । ଏହି ହସ୍ପିଟାଲ ତିଆରି ହେବା ପରେ ଲୋକଙ୍କ ମନରେ ଏକ ନୂଆ ଆଶା ଜାଗ୍ରତ ହୋଇଛି । ଲୋକେ ଖୁସିବ୍ୟକ୍ତ କରିବା ସହ କହିଛନ୍ତି, ଡାକ୍ତରଖାନ ହେଲା ଆମେ ବହୁତ ଖୁସି, ଚିକିତ୍ସା ପାଇଁ ଆଉ କାତ ଡଙ୍କାରେ ନଈ ନାଳ ପାରି ହୋଇ ବହୁ ଦୂରକୁ ଯିବାକୁ ପଡିବନି । ଗର୍ଭବତୀ ମହିଳାଙ୍କୁ କାତ ଡଙ୍ଗାରେ ମେଡିକାଲ ନେବା ବହୁତ କଷ୍ଟ ହେଉଥିଲା । ଏବେ ଏହି ମେଡିକାଲ ହେବା ପରେ ଆମକୁ ବହୁତ ସୁବିଧା ହେବ, ଆମେ ବହୁତ ଖୁସି ।
ଏବେ ବିଶ୍ୱକୁ ପୁଣି କରୋନା ଭୟ ଘାରିଲାଣି । ଯଦି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଏ ତେବେ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟକେନ୍ଦ୍ର ମାଲକାନଗିରିବାସୀଙ୍କ ଜୀବନଧାରାରେ ବ୍ୟାପକ ପରିବର୍ତ୍ତନ ଆଣିବ