ଶିଶୁ ମୃତ୍ୟୁ ସମ୍ପର୍କିତ ଖବର ପ୍ରସାରଣ ପରେ ସବୁ ଡାକ୍ତରଙ୍କୁ ବନ୍ଦ କରି ରଖିଲେ ଅଧିକ୍ଷକ, ୫ଘଂଟା ଧରି ଅଚଳ ହେଲା ହସ୍ପିଟାଲ

Advertisment
ଶିଶୁ ମୃତ୍ୟୁ ସମ୍ପର୍କିତ ଖବର ପ୍ରସାରଣ ପରେ ସବୁ ଡାକ୍ତରଙ୍କୁ ବନ୍ଦ କରି ରଖିଲେ ଅଧିକ୍ଷକ, ୫ଘଂଟା ଧରି ଅଚଳ ହେଲା ହସ୍ପିଟାଲ

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ମେଡିକାଲରେ ଦୀର୍ଘ ସମୟ ଠପ୍ ହୋଇଗଲା ସ୍ୱାସ୍ଥ୍ୟସେବା । ଉପଜିଲ୍ଲାପାଳ ଓ ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ମେଡିକାଲରେ ଚିକିତ୍ସା ସେବା ପୁଣିଥରେ ଆରମ୍ଭ ହୋଇଛି । ଦୀର୍ଘ ୫ ଘଂଟା ଧରି ସ୍ୱାସ୍ଥ୍ୟ ସେବା ଅଚଳ ହୋଇଯାଇଥିଲା । ଏପରିକି ଏମର୍ଜେନ୍ସୀ ରୋଗୀ ସେବା, ସବୁ ବିଭାଗର ଓପଡି ବନ୍ଦ ରହିଥିଲା । ଏହି ସମୟରେ ମେଡିକାଲ ଅଧିକ୍ଷକ ସମସ୍ତ ଡାକ୍ତରଙ୍କ ନେଇ ଏକ କଠୋରୀରେ ବସି ରହିଥିଲେ । ଫଳରେ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ମେଡିକାଲକୁ ଆସିଥିବା ରୋଗୀ ହନ୍ତସନ୍ତ ହୋଇଥିଲେ ।

ଏହାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳକୁ ଉପଜିଲ୍ଲାପାଳ ଆସି ପୋଲିସକୁ ଡକାଇଥିଲେ । ଉପଜିଲ୍ଲାପାଳ, ଥାନାଧିକାରୀ ଓ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ରୋଗୀ ସେବା ସ୍ୱାଭାବିକ ହେଉଛି । ଚର୍ଚ୍ଚା ହେଉଛି, ମେଡିକାଲର ଅବ୍ୟବସ୍ଥା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବାରୁ ରାଗି ଯାଇ ଏପରି ସାଂଘାତିକ ନିଷ୍ପତି ନେଇଥିଲେ ମେଡିକାଲ ଅଧିକ୍ଷକ । ଆଉ ତାଙ୍କୁ ସମର୍ଥନ ଜଣାଇ ମେଡିକାଲର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟ ସେବାକୁ ଅଚଳ କରିଦେବାକୁ ରାଜି ହୋଇଥିଲେ ।

ଏବେ ମେଡିକାଲ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ସ୍ୱାସ୍ଥ୍ୟସେବାକୁ ଅଚଳ କରିଦେବା କ୍ଷମତା ତାଙ୍କୁ କିଏ ଦେଲା? ଏହି ସମୟରେ କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟବସ୍ଥା ବିଗିଡି ଅଘଟଣ ଘଟିଥିଲେ, କିଏ ହୋଇଥାନ୍ତା ଉତରଦାୟୀ? ମେଡିକାଲର ଅବ୍ୟବସ୍ଥା ଖବର ପ୍ରସାରଣକୁ ନେଇ ଯଦି ଅଧିକ୍ଷକ ଅସନ୍ତୁଷ୍ଟ ଥିଲେ, ଅବ୍ୟବସ୍ଥା ଦୂର କରିବା ଦିଗରେ ପଦକ୍ଷେପ ନନେଇ ରୋଗୀଙ୍କ ଜୀବନ ସହ ଖେଳ ଖେଳିବାକୁ କାହିଁକ ମନ ବଳାଇଲେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe