ଦେଢ ଗୁଣା ଅଧିକ ହୋଇପାରେ ସହିଦ୍ ସୈନିକଙ୍କ ସମ୍ମାନ ରାଶି ! ଖୁବ୍ ଶୀଘ୍ର ଅନୁମୋଦନ ହେବ ନୂଆ ପ୍ରସ୍ତାବ

54

କନକ ବ୍ୟୁରୋ : ବଢିପାରେ ସହିଦ୍ ସୈନିକଙ୍କ ସମ୍ମାନ ରାଶି । ଏନେଇ ସରକାରଙ୍କୁ ପ୍ରସ୍ତାବ ପଠାଇଛି ସୈନିକ କଲ୍ୟାଣ ଏବଂ ପୁନର୍ବାସ ନିର୍ଦେଶାଳୟ । ନିର୍ଦ୍ଦେଶାଳର ବ୍ରିଗେଡିୟର୍ କେବି ଚନ୍ଦଙ୍କ କହିବା ଅନୁଯାୟୀ , ଯଦି ପସ୍ତାବଟି ମଞ୍ଜୁର ହୁଏ ତେବେ ସହିଦ୍ ହେଉଥିବା ସୈନିକ ମାନଙ୍କୁ ଯେଉଁ ରାଶି ମଳୁଛି ତାହା ଦେଢ ଗୁଣା ଅଧିକ ହେବ ।

କେବଳ ସହିଦ୍ ସୈନିକ ନୁହେଁ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଆଖି ଆଗରେ ରଖି ପସ୍ତାବ ଅଣାଯାଇଛି । ଯେଉଁଥିରେ ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି ପରିବାର ସଦସ୍ୟଙ୍କୁ ଚାକିରି ଦେବା । କାରଣ ସୈନକ ସହିଦ୍ ହେବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ଅସହାୟ ହୋଇପଡିଥାଏ । ତେଣୁ ଏମିତି ପରିସ୍ଥିତିରେ ଯଦି ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଚାକିରି ଦେବା ଅତ୍ୟନ୍ତ ଜରୁରୀ । ଏହା ସହ କେବି ଚନ୍ଦ୍ କହିଛନ୍ତି ଯିଏ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦିଅନ୍ତି ସେମାନଙ୍କ ପରିବାର ଲୋକଙ୍କୁ ସାହାଯ୍ୟ ଏବଂ ସମ୍ମାନ ସ୍ୱରୂପ ଚାକିରି ଦେବା ସରକାରର ଦାୟିତ୍ୱ । ଏହା ସହ ସହିଦଙ୍କ ପରିବାର ପାଇଁ ସ୍ୱତନ୍ତ୍ର କୋଟା ମଧ୍ୟ ପ୍ରଚଳନ କରିବା ପାଇଁ ପ୍ରସ୍ତାବ ଦେଇଥିବା କହିଛନ୍ତି କେବି ଚନ୍ଦ୍ ।

ତେବେ ସହିଦ୍ ସୈନିକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଦେବା ବାଦ୍ ଅନ୍ୟ ସୁବିଧା ପାଇଁ ମଧ୍ୟ ପସ୍ତାବ ପଠାଇଛି ସୈନିକ କଲ୍ୟାଣ ଏବଂ ପୁନର୍ବାସ ନିର୍ଦେଶାଳୟ । ଏନଡିଆରଏଫର ପୂର୍ବତନ ସୈନିକ ମାନଙ୍କୁ ୨୫ ପ୍ରତିଶତ କୋଟା ଦେବା ସହ ଯୁଦ୍ଧରେ ଦିବ୍ୟାଙ୍ଗ ହୋଇଥିବା ପୂର୍ବ ସୈନ୍ୟମାନଙ୍କୁ ସରକାରୀ ସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର କୋଟା ଦେବାପାଇଁ ପ୍ରସ୍ତାବ ଦେଇଛି ନିର୍ଦ୍ଦେଶାଳୟ ।

ଏହା ସହ ପୂର୍ବତନ ସୈନିକଙ୍କ ସହ ସହିଦଙ୍କ ପରିବାର ସଦସ୍ୟଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ସ୍କିଲ୍ ଇଣ୍ଡିଆ ମିଶନ ସହ ସେମାନଙ୍କୁ ଜଡିତ କରାଯିବ ବୋଲି କହିଛି ସୈନିକ କଲ୍ୟାଣ ଏବଂ ପୁନର୍ବାସ ନିର୍ଦେଶାଳୟ । ଏଥିପାଇଁ ଏକ ତାଲିକା ମଧ୍ୟ କରାଯାଇଛି ।
କେବି ଚନ୍ଦଙ୍କ କହିବା ଅନୁଯାୟୀ , ସରକାର ସୈନିକ ମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ନିକଟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସୈନିକ ମାନଙ୍କ ପେନସନରେ ମଧ୍ୟ ପରିବର୍ତ୍ତନ ହୋଇଛି ।
ସୌଜନ୍ୟ : ହିନ୍ଦୁସ୍ତାନ.କମ୍