ସମସ୍ତ ରାଜ୍ୟକୁ ଚିଠି ଲେଖିଲେ ସ୍ୱରାଷ୍ଟ୍ର ସଚିବ । ଅକ୍ସିଜେନ୍ ପରିବହନରେ ବାଧା ନଦେବାକୁ ଉଲ୍ଲେଖ : ମେଡିକାଲ ସାମଗ୍ରୀ ପରିବହନ ସୁଗମ କରିବାକୁ ନିର୍ଦ୍ଦେଶ 

137

କନକ ବ୍ୟୁରୋ : ସମସ୍ତ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ । ମେଡିକାଲ ସାମଗ୍ରୀ ପରିହନକୁ ସୁଗମ କରିବା ପାଇଁ ସମସ୍ତ ରାଜ୍ୟର ମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା । ମେଡିକାଲ ପାଇଁ ଅକ୍ସିଜେନ୍ ନେଇ ଯାଉଥିବା ଗାଡିକୁ ବାଧାନଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅକ୍ସିଜେନ୍ ଉତ୍ପାଦନ ଓ ବିତରଣରେ ପ୍ରତିବନ୍ଧକ ସୃଷ୍ଟି ନ କରିବାକୁ ସେ ଅନୁରୋଧ କରିଛନ୍ତି । ତେବେ କେତେକ ରାଜ୍ୟ ସୀମାରେ ଏହି ଗାଡିକୁ ଅଟକା ଯାଉଥିବା ନଜର ଆସୁଛି ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ରାଜ୍ୟ- ରାଜ୍ୟ ଭିତରେ ପରିବହନକୁ ବାଧା ନଦେବାକୁ ସ୍ୱରାଷ୍ଟ୍ର ସଚିବ କହିଛନ୍ତି ।