କନକ ବ୍ୟୁରୋ: ଆସନ୍ତା ମଙ୍ଗଳବାର ୪୫ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସାମରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବା ଅବସରରେ ଅମିତ ଶାହା ଯୁବଗୋଷ୍ଠୀକୁ ବିଜେପି ଦେଇଥିବା ପ୍ରତିଜ୍ଞା ପୂରଣ ପୁରା କରିବ । ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅମିତ ଶାହାଙ୍କ ଗସ୍ତ ପାଇଁ ଗୈାହାଟିରେ ୧୪୪ ଧାରା ଜାରି କରାଯାଇଛି ।
ନୂତନ ନିଯୁକ୍ତଙ୍କୁ ଆସାମର ବିଭିନ୍ନ ସରକାରୀ ବିଭାଗର ଦାୟିତ୍ୱ ଦିଆଯିବର ସୂଚନା ରହିଛି । ସୂଚା ଅନୁସାରେ ଗୈାହାଟିସ୍ଥିତ ଖାନାପାରର ବେଟରନରୀ କଲେଜ ଖେଳ ପଡ଼ିଆରେ ଯୁବକଙ୍କୁ ନିଯୁକ୍ତି ପତ୍ର ବାଂଟିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସରକାରକୁ ଆସିବା ପୂର୍ବରୁ ଏକ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଜ୍ଞା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Capture-54.jpg)