ସରକାର ବଦଳିବା ପରେ ଆରମ୍ଭ ହେଲା ଖୋଳତାଡ: ଅବସର ପରେ ପୁନଃ-ନିଯୁକ୍ତି ପାଇଥିବା ଅଧିକାରୀଙ୍କ ତାଲିକା ମାଗିଲା ଗୃହବିଭାଗ

3,746

କନକ ବ୍ୟୁରୋ: ସରକାର ବଦଳିବା ପରେ ଆରମ୍ଭ ହେଲା ଖୋଳତାଡ଼ । ଅବସର ପରେ କାମ କରୁଥିବା ଅଧିକାରୀଙ୍କ ତାଲିକା ମାଗିଲା ଗୃହ ବିଭାଗ । ଡିଜି ପୁଲିସ, ଅଗ୍ନିଶମ ଡିଜି, ଜେଲ୍ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ସିଏମଡି, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର, ଓଡ଼ିଶା ଭବନର ମୁଖ୍ୟ ରେସିଡେଂଟ କମିସନର ଆଦି ୧୨ ବିଭାଗୀୟ ମୁଖ୍ୟଙ୍କୁ ଏ ନେଇ ଚିଠି ଲେଖାଯାଇଛି । ଅବସର ପରେ କେଉଁ ଅଧିକାରୀ ପୁଣି ଥରେ ନିଯୁକ୍ତି ପାଇଛନ୍ତି, ତା’ର ତାଲିକା ଦେବାକୁ କୁହାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ପ୍ରୋଫର୍ମା ମଧ୍ୟ ଦିଆଯାଇଛି । ଅବସର ପାଇଥିବା ଅଧିକାରୀଙ୍କ ନାଁ, କେଉଁ ପଦବୀରେ କେବେ ଠାରୁ ପୁନଃନିଯୁକ୍ତି ପାଇଛନ୍ତି, କେଉଁଠାରେ ତାଙ୍କ ପୋଷ୍ଟିଂ ହୋଇଛି, କେତେ ଦରମା ପାଉଛନ୍ତି, କେତେ ଦିନ ପର୍ଯ୍ୟନ୍ତ ସେହି ପଦବୀରେ କାର୍ଯ୍ୟ କରିବେ, ସଂପୂର୍ଣ୍ଣ ବିବରଣୀ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।