କନକ ବ୍ୟୁରୋ: ହୀରକୁଦ ଜଳଭଣ୍ଡାର ଏବେ ପ୍ରାୟତଃ ଭରି ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ, ବୁଧବାର ଦିନ ୩ଟା ସୁଦ୍ଧା ୬୨୯.୭୧ ଫୁଟ ଜଳ ରହିଛି । ଅର୍ଥାତ ଜଳଭଣ୍ଡାରରେ ଜଳଧାରଣ କ୍ଷମତାଠାରୁ ମାତ୍ର ଅଳ୍ପ କେତେ ଇଞ୍ଚ କମ୍ ରହିଛି । ଜଳଭଣ୍ଡାରକୁ ଯେତିକି ଜଳ ପ୍ରବେଶ କରୁଛି, ବର୍ତ୍ତମାନ ତାଠାରୁ କମ୍ ଜଳ ନିଷ୍କାସିତ ହେଉଛି । ତେବେ ମହାନଦୀର ତଳ ମୁଣ୍ଡର ଅନେକ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ତା ସାଙ୍ଗକୁ ବର୍ଷା ଲାଗି ରହିଥିବାରୁ ଡ୍ୟାମରୁ କମ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି ।
ଅନ୍ୟପଟେ ଝାଡଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହେଉଥିଲେ ବି ଧୀରେ ଧୀରେ ଛତିଶଗଡ ମୁହାଁ ହୋଇଛି । ଏହାର ପ୍ରଭାବରେ ଛତିଶଗଡ ଅର୍ଥାତ ମହାନଦୀର ଉପରମୁଣ୍ଡରେ ଦୁଇ ଦିନ ବର୍ଷା ହେବାର ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏପରିକି ବୁଧବାର ଓ ଗୁରୁବାର ପାଇଁ ସମଗ୍ର ଛତିଶଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଛତିଶଗଡରେ ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାରକୁ ଆହୁରି ପାଣି ଆସିବା ଆଶଙ୍କା ରହିଛି ।
ଯେଉଁ ନିୟମ ଅନୁସାରେ ଛତିଶଗଡ ମହାନଦୀରେ ପାଣି ଛାଡିବା କଥା ବିବାଦ ଯୋଗୁଁ ସେହି ନିୟମ କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ବର୍ଷା ହେଲେ ମନଇଛା ଅଧିକ ଗେଟ୍ ଖୋଲି ଜଳ ଛାଡୁଛି ଛତିଶଗଡ । ଯାହାକି ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଆଗକୁ ଆଉ ଏକ ଲଘୁଚାପ ହେବାର ଆଶଙ୍କା ଥିବାରୁ ମହାନଦୀର ତଳମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଛତିଶଗଡରୁ ପାଣି ଆସିଲେ ପୁଣି ଥରେ ମହାନଦୀରେ ବନ୍ୟା ଆଶଙ୍କା ବୃଦ୍ଧି ପାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/09/vlcsnap-2021-09-22-19h45m32s892.png)