ମନମୋହୁଛି ଡୁଡୁମା ଜଳପ୍ରପାତ: କୋରାପୁଟର ମନୋରମ ପରିବେଶ ଭିତରେ ଆକର୍ଷଣ ପାଲଟିଛି ପାହାଡି ଝରଣା

156

କନକ ବ୍ୟୁରୋ: ମନମୋହୁଛି ଜଳପ୍ରପାତ । ବଣ ଜଙ୍ଗଲଘେରା ମନୋରମ ପରିବେଶ ଭିତରେ କିଛି ସମୟ ବିତାଇବାକୁ ଛୁଟିଆସୁଛନ୍ତି ଅନେକ ପର୍ଯ୍ୟଟକ । କୋରାପୁଟ ଲମତାପୁଟ ବ୍ଲକରେ ରହିଛି ବହୁ ପୁରୁଣା ଏହି ପର୍ଯ୍ୟଟନସ୍ଥଳୀ । ମାଛକୁଣ୍ଡ ନଦୀ ଜଳ ପଥର ପ୍ରାଚୀର ଉପରୁ ପ୍ରାୟ ୫୫୦ ଫୁଟ ତଳେ ଏକ ଗଭୀର ପରିପୂର୍ଣ୍ଣ ଜଳାଶୟ ରହିଛି । ସେଠି ଅଛି ଡୁଡୁମା ଜଳପ୍ରପାତ ।

ପ୍ରତିଦିନ ଏହି ସ୍ଥାନକୁ ଦୂରଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ ମାନେ । ପ୍ରପାତ ପାଣି ଓ ପରିବେଶର ବେଶ ମଜା ନେଉଛନ୍ତି ବୁଲି ଆସୁଥିବା ଲୋକ ପାହାଡି ଝରଣା ସହିତ ସେଲ୍ପି ନେବାକୁ ଭୁଲୁନାହାନ୍ତି । ୫୫୦ଫୁଟ ତଳକୁ ଝରୁଥିବା ପ୍ରପାତ ପାଖରେ ବୁଲି ବୁଲି ଫଟୋ ଉଠାଇ ରିଲ୍ସରେ ମାତିଯାଉଛନ୍ତି ପର୍ଯର୍୍ୟଟକ ମାନେ । ଝରଣା ସାଙ୍ଗକୁ ବଣ ଜଙ୍ଗଲ ଘେରା ପରିବେଶରେ କିଛି ସମୟ ବିତାଇବା ସହ ମନଲୋଭ ସୌନ୍ଦଯ୍ୟର କିଛି ମୁହୁର୍ତକୁ ନିଜ ମୋବାଇଲରେ କଏଦ କରିବାକୁ ଭୁଲୁନାହାନ୍ତି । ଏହି ଡୁଡୁମା ଜଳ ପ୍ରପାତ ଦେଖିବା ପାଇଁ ପ୍ରତିଦିନ ଓଡିଶାରୁ ନେଇ ଆନ୍ଧ୍ର, ଛତିଶଗଡ, ବିହାର, ପଶ୍ଚିମବଙ୍ଗରୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ଡୁଡୁମା ଜଳ ପ୍ରପାତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ହେଲେ ଏଠାରେ ବିଭିନ୍ନ ସମସ୍ୟା ସବୁ ଲାଗି ରହିଛି । ଯହାପାଇଁ ଦୂରରୁ ଆସୁଥିବା ପର୍ଯ୍ୟଟକ ମାନେ ବହୁ ଅସୁବିଧା ଭୋଗୁଛନ୍ତି । ସେଠାରେ ପ୍ରଶାସନ ତରଫରୁ ମିଶନଶକ୍ତି କ୍ୟାଫେ କରାଯାଇଛି । ପରିଚାଳନା ପାଇଁ ଏସଏଚଜି ମହିଳା ମାନ ଙ୍କୁ ଦାୟିତ୍ୱ ଦିଆ ଯାଇଛି । ହେଲେ ସେଠାରେ ମଧ୍ୟ ବିଦ୍ୟୁତ ସେବା ନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।

ମନଲୋଭା ପରିବେଶରେ ରହିଛି ଡୁଡୁମା ଜଳପ୍ରପାତ । ପ୍ରତିଦିନ ଏହି ସ୍ଥାନକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟି ଚାଲିଥିବା ବେଳେ ଆଉ କିଛି ସୁବିଧା କରାଯାଇପାରିଲେ ପର୍ଯ୍ୟଟକଙ୍କ ଅଧିକ ଭିଡ ଲାଗିବ ।