ଲଗାଣ ବର୍ଷାରେ ଗଜପତିରେ ଧସିଲା ପାହାଡ । ଅନେକ ସ୍ଥାନରେ ଭୁଷୁଡି ପଡିଲା ଘର, ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ କରାଯାଇଛି ସ୍ଥାନାନ୍ତର

213

କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଧସିଲା ପାହାଡ଼ । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଧସିଛି ପାହାଡ଼ । ଅନେକ ସ୍ଥାନରେ ଘର ଭୁଷୁଡ଼ି ପ୍ରଭାବିତ ହୋଇଛନ୍ତି ଲୋକେ । କାଶୀନଗର ବ୍ଲକର ତାମୁଶିଂ ଗାଁରେ ଘର ଭୁସୁଡ଼ିବାରୁ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ଗତକାଲି ଭୂ-ସ୍ଖଳନ ଅଂଚଳରୁ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଥିଲା ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଥିଲା ଗଜପତି ଜିଲ୍ଲା । ବଂଶଧାରା ଓ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ପାଇଛି । କିଛି ତଳିଆ ଅଂଚଳରେ ପାଣି ମଧ୍ୟ ଜମି ରହିଥିଲା । ସେହିଭଳି ଭାବରେ ପାହାଡିଆ ଅଂଚଳରେ ବହୁଥିବା ଝରଣାର ଶ୍ରୋତ ବୃଦ୍ଧି ପାଇବାରେ ଲାଗିଛି । ଯାହା ପାଇଁ ପାହାଡ଼ ଧସିଥିବା କହିଛନ୍ତି ଲୋକେ ।