ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍ ଖାରଜ ।

174

କନକ ବ୍ୟୁରୋ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍କୁ କୋର୍ଟ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟ ଯାଇଥିଲା କଟକ ଓଏଟି ବାର ଆସୋସିଏସନ । ୨୦୧୯ ଅଗଷ୍ଟ ୭ରେ ରାୟ ପ୍ରକାଶ କରି ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ । ଅର୍ଥାତ୍ ଓଡିଶା ପ୍ରାଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ମୋହର ମାରିଥିଲେ ।

ହେଲେ ଏହାକୁ ଚ୍ୟାଲେଂଜ କରି ପୁଣି ଥରେ କଟକ ଓଏଟି ବାର ଆସୋସିଏସନ ସମେତ ଭୁବନେଶ୍ୱର ବାର ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଉନ୍ନୟନ ସଂଘ ୩ଟି ରିଟ୍ ପିଟିସନ ଦାଖଲ କରିଥିଲେ । ସେହି ଭଳି ଅନ୍ୟ ୩ ଜଣ ବ୍ୟକ୍ତି ମଧ୍ୟ ରାୟର ପୁନଃବିଚାର ପାଇଁ ଆବେଦନ କରିଥିବା ବେଳେ ସମସ୍ତ ୬ଟି ଯାକ ଆବେଦନକୁ ଖାରଜ କରିଦେଇଛନ୍ତି ।