କନକ ବ୍ୟୁରୋ : ଆଦିବାସୀ ଅଂଚଳରେ ପାରମ୍ପରିକ ଔଷଧ ଭାବେ ବ୍ୟବହାର ହେଉଥିବା ନାଲି ପିମ୍ପୁଡିର ଆଚାର ଉପରେ ଅଧିକ ତଥ୍ୟ ମାଗିଛନ୍ତି ଓଡିଶା ହାଇକୋର୍ଟ । ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ବାରିପଦାର ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ରୁଜୁ କରି କହିଥିଲେ, ଆଦିବାସୀ ଅଂଚଳରେ ଥଣ୍ଡା ହେଲେ, କଫ, ହାଲିଆ ଲାଗିଲେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି, ଫ୍ଲୁ ପରି ରୋଗର ଚିକିତ୍ସା ପାଇଁ ନାଲି ପିମ୍ପୁଡିର ଆଚାର ବ୍ୟବହାର କରାଯାଏ । କଂଚା ଲଙ୍କା ଓ ନାଲି ପିମ୍ପୁଡିକୁ ମିଶାଇ ଏହି ଆଚାର ପ୍ରସ୍ତୁତ କରାଯାଇଥାଏ ।
ଓଡିଶା, ଛତିଶଗଡ ସମେତ ଅନ୍ୟରାଜ୍ୟର ଆଦିବାସୀ ବହୁଳ ଅଂଚଳରେ ନାଲି ପିମ୍ପୁଡି ଆଚାର ବା ଚଟଣୀକୁ ଔଷଧ ଭାବେ ବ୍ୟବହାର କରାଯଇଥାଏ । ତେଣୁ କରୋନାରୁ ଉପଶମ ପାଇଁ ଏହା ଉପରେ କାହିଁକି ଗବେଷଣା କରାଯାଉ ନାହିଁ ବୋଲି ସେ କୋର୍ଟରେ ଆବେଦନ କରିଥିଲେ । ସେହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ, ଆୟୁଷ ମନ୍ତ୍ରାଳୟ ଓ କାଉନସିଲ ଅଫ ସାଇନଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚକୁ ୩ ମାସ ଭିତରେ ଏନେଇ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ନାଲି ପିମ୍ପୁଡି ଆଚାର ଉପରେ କୌଣସି ମତ ନଦେଇ ଏସଂପର୍କରେ ଅଧିକ ତଥ୍ୟ ଦେବା ସହ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରାଳୟକୁ କହିଛନ୍ତି ।
ଜଷ୍ଟିସ ବିଆର ଷଡଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଖଣ୍ଡପୀଠ ଏହି ଜନସ୍ୱାର୍ଥର ମାମଲାର ଶୁଣାଣି କରିଥିଲେ । ସେପଟେ ଆବେଦନକାରୀ ପୂର୍ବରୁ ସିଆଇଏସଆରକୁ ଜୁନ ୨୩ ତାରିଖ ଏବଂ ଆୟୁଷ ମନ୍ତ୍ରାଳୟକୁ ଜୁଲାଇ ୭ ତାରିଖରେ ନାଲି ପିମ୍ପୁଡିର ଆଚାର ଉପକାରିତା ବିଷୟରେ ଲେଖିଜଣାଇଥିବା ଆବେଦନରେ ଦର୍ଶାଇଛନ୍ତି । ଆବେଦନରେ ଉଲ୍ଲେଖ କରିଛନ୍ତି, ନାଲି ପିମ୍ୁୁଡିର ଆଚାର ବା ଚଟଣୀରେ ଭୂତାଣୁ ନିରୋଧୀ ଉପାଦାନ ଥିବାରୁ ଏହା ପାଚନ କ୍ରିୟାରେ ସହାୟକ ହୋଇଥାଏ । ସେହିପରି ନାଲି ପିମ୍ୁୁଡିର ଆଚାରରେ ପ୍ରୋଟିନ, କାଲସିୟମ ଓ ଜିଙ୍କ ରହିଥିବାରୁ ଏହା ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ବୋଲି ଆବେଦନରେ ଦର୍ଶାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/red-ant-chutney.jpg)