କନକ ବ୍ୟୁରୋ: ଢିଙ୍କିଆ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ତୁରନ୍ତ ଢିଙ୍କିଆର ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟ ରାଜ୍ୟର ଗୃହ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ତା ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୭ ତାରିଖରେ ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି ।
ଢିଙ୍କିଆ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଢିଙ୍କିଆ ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଗୃହ ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି
ଢିଙ୍କିଆ ପ୍ରସଙ୍ଗ ନେଇ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା ହୋଇଥିଲା #KanakNewspic.twitter.com/VepX5SNlpC— Kanak News (@kanak_news) January 20, 2022
ସୂଚନାଯୋଗ୍ୟ ଯେ, ପାନବରଜ ଭଙ୍ଗା ଘଟଣାକୁ ନେଇ ଢିଙ୍କିଆରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ଏହି ସମୟରେ କିଛି ଲୋକ ପୋଲିସଙ୍କୁ ଖରାପ ବ୍ୟବହାର କରିବା ପରେ ପୋଲିସ ସେମାନଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରିଥିଲା । ଗ୍ରାମବାସୀ ମଧ୍ୟ କିଛି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ହେଲେ ଏହି ମାମଲାରେ ହାଇକୋର୍ଟରେ ଦୁଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ହାଇକୋର୍ଟ ଏହାର ବିଚାର କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/7-29.jpg)