ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା: ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ, ବିଧାୟକ ପଦ ହରାଇଲେ ମୋକିମ

199

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନରେ ଅସଂପୂର୍ଣ୍ଣ ତଥ୍ୟ ଦେଇଥିବା ଦର୍ଶାଇ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଏହା ମହମ୍ମଦ ମୋକିମଙ୍କ ପାଇଁ ଝଟକା ହୋଇଛି । ଏହି ରାୟ ପରେ କଟକ-ବାରବାଟୀ ବିଧାୟକ ପଦ ଖାଲି ପଡିଛି । ତେବେ ମୋକିମଙ୍କ ଆଗାମୀ ନିର୍ବାଚନ ଲଢିବା ନେଇ କୌଣସି ସମସ୍ୟା ନାହିଁ । କାରଣ ଏ ନେଇ ହାଇକୋର୍ଟ କିଛି କହିନାହାନ୍ତି ।

କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ୨୦୧୯ ମସିହାରେ ନିର୍ବାଚନକୁ ଚ୍ୟାଲେଞ୍ଜ କରି ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତଥ୍ୟ ପ୍ରମାଣ ଆଧାରରେ ମାମଲାର ଶୁଣାଣି କରି କୋର୍ଟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ହାଇକୋର୍ଟଙ୍କ ରାୟ ପରେ

-ମୋକିମଙ୍କୁ ବର୍ତ୍ତମାନର ବିଧାୟକ କିମ୍ବା ପୂର୍ବତନ ବିଧାୟକ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ
-ଆଜିଠାରୁ ହିଁ କଟକ-ବାରବାଟୀ ଆସନ ଖାଲି ରହିଲା
ହାଇକୋର୍ଟ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମହମ୍ମଦ ମୋକିମ କହିଛନ୍ତି,
ଆବଶ୍ୟକ ପଡିଲେ ସେ ଉପର କୋର୍ଟକୁ ଯିବେ । ଆଗାମୀ ନିର୍ବାଚନ ଲଢିବାରେ ଏହା ପ୍ରଭାବ ପକାଇବ ନାହିଁ ।
ଏବେ ଆସନ୍ତୁ ପୁରା ମାମଲା କଣ ଥିଲା
କଣ ଅଭିଯୋଗ ଥିଲା?
-୨୦୧୯ରେ ସତ୍ୟପାଠ ଦାଖଲ ବେଳେ ସବିଶେଷ ତଥ୍ୟ ଦେଇନଥିଲେ ମୋକିମ୍
– କିଛି କ୍ୟାଟେଗୋରୀ ଛାଡି ଦେଇଥିଲେ ମହମ୍ମଦ ମୋକିମ
-ଏହା ନିୟମର ଉଲ୍ଲଙ୍ଘନ କରୁଛି ବୋଲି ଦର୍ଶାଇଥିଲେ ଆବେଦନକାରୀ

ହାଇକୋର୍ଟ ମାମଲାର ଶୁଣାଣି କରି ଉଭୟ ପକ୍ଷର ସାକ୍ଷ୍ୟ ଗ୍ରହଣ କରିଥିଲେ । ଆବଶ୍ୟକ କାଗଜପତ୍ର ବି ଉପସ୍ଥାପନ ହୋଇଥିଲା । ରାୟ ଦେଇ ହାଇକୋର୍ଟ କହିଛନ୍ତି,
ହାଇକୋର୍ଟଙ୍କ ରାୟ
-ନିର୍ବାଚନ ସତ୍ୟପାଠରେ ମୋକିମ ସଂପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ।
-ତତକାଳୀନ ରିଟର୍ଣ୍ଣିଂ ଅଫିସର ପ୍ରାର୍ଥୀପତ୍ରକୁ ଠିକ୍ ଭାବେ ଯାଂଚ କରିନାହାନ୍ତି

ତେବେ ମହମ୍ମଦ ମୋକିମ ଆଗାମୀ ନିର୍ବାଚନ ଲଢିବା ନେଇ କୌଣସି ସମସ୍ୟା ନାହିଁ । କାରଣ ଏ ନେଇ ହାଇକୋର୍ଟ କିଛି କହିନାହାନ୍ତି । ତେବେ ଭିଜିଲାନ୍ସ ମାମଲାରେ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି । ମାମଲାରେ ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଦଣ୍ଡାଦେଶ ଉପରେ ରହିତାଦେଶ ବଳବତର ରହିଛି । ଓଆରଏଚଡିସି ମାମମଲାରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଆଉ ଏହାକୁ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ ମୋକିମ ।