କନକ ବ୍ୟୁରୋ : ଚର୍ଚ୍ଚାରେ ଟନେଲ ଭିତରର ହିରୋ । ଉତରକାଶୀ ସୁଡଙ୍ଗ ଦୁର୍ଘଟଣାରେ ଫସିିଥିବା ୪୧ ଶ୍ରମିକଙ୍କୁ ୧୭ ଦିନ ପରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ ଉଦ୍ଧାର ପରେ ଚର୍ଚ୍ଚାକୁ ଆସିଛନ୍ତି ଟନେଲ ଭିତରେ ଫସିଥିବା ସବୁଠାରୁ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ । ସୁଡଙ୍ଗ ଭିତରେ ଥିବା ସମୟରେ ଶ୍ରମିକଙ୍କୁ ସାହସ ଦେବା ସହ ସେମାନଙ୍କ ମନୋବଳ ବଢାଇବାରେ ସାହାଯ୍ୟ ସାହାଯ୍ୟ କରିଥିଲେ ଗବର ସିଂହ ।

Advertisment

ଏହି ୧୭ ଦିନ ଭିତରେ କିଭଳି ଶ୍ରମିକଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସକ୍ରିୟ ରଖିବା ପାଇଁ ସେମାନଙ୍କୁ ଯୋଗ କରିବା ମଧ୍ୟ ଶିଖାଇଥିଲେ ଗବର ସିଂହ । କେବଳ ସେତିକି ନୁହେଁ, ଉଦ୍ଧାର ସମୟରେ ଶ୍ରମିକଙ୍କୁ ଭରସା ଦେବା ପାଇଁ କହିଥିଲେ, ମୁଁ ସବୁଠାରୁ ବରିଷ୍ଠ- ମୁଁ ଶେଷରେ ଯିବି । ଉଦ୍ଧାର କାର୍ଯ୍ୟ ସଫଳ ହେବା ପରେ ଏବେ ଗବର ସିଂହଙ୍କ ଭୁରି ଭୁରି ପ୍ରଶଂସା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନେଗୀଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି । ଗବର ସିଂହ ନେଗୀ, ଉତରାଖଣ୍ଡର ପୌରୀ ଗଡୱାଲ ଜିଲ୍ଲାର ବାସିନ୍ଦା । ଯାହାକି ସିଲକ୍ୟାରା ସୁଡଙ୍ଗ ଠାରୁ ୨୬୦ କିଲୋମିଟର ଦୂର ।