କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଅସହାୟ କାର୍ତ୍ତିକଙ୍କୁ ବଢିଲା ସହାୟତାର ହାତ । ଦୁର୍ଘଟଣାରେ ଗୋଟିଏ ଗୋଡ ଅଚଳ ହେବାପରେ ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା । ଦିନେ ରୋଜଗାର କରି ପରିବାର ଚଳାଉ ଥିବା ରୋଜଗାରିଆ ପୁଅ ଆଜି ବାପା ମା'ଙ୍କ ଉପରେ ବୋଝ ପାଲଟି ଯାଇଛନ୍ତି । କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ଚାରି ଆଡୁ ବଢୁଛି ସହାୟତାର ହାତ । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କାର ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଛି ।
କଟକ ସହରର ସାହାର୍ଯ୍ୟ ହୋପ୍ ଅଫ୍ ଲାଇଫ୍ ନାମକ ଏକ ସ୍ୱେଛାସେବି ଅନୁଷ୍ଠାନ କାର୍ତ୍ତିକଙ୍କ ଘରେ ପହଁଚି ରାସନ ସାମଗ୍ରୀ ଦେବା ସହିତ ଆର୍ଥୀକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଖାଲି ଏତିକି ନୁହେଁ କାର୍ତ୍ତିକଙ୍କ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । କାର୍ତ୍ତିକଙ୍କ ଚିକିତ୍ସା ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଆବଶ୍ୟକ ରହିଛି । ତେଣୁ ଆହୁରି ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-04-14h40m24s205.png)