ନିଟ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଉପରେ ବର୍ଷିଲେ କୋର୍ଟ, ସାମାନ୍ୟ ଭୁଲ ଥିଲେ ବି ତୁରନ୍ତ ସୁଧାରିବାକୁ ନିର୍ଦ୍ଦେଶ

Advertisment
ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ୱସ୍ତି, ଦିଲ୍ଲୀ ପାଇଁ କେନ୍ଦ୍ର ଆଣିଥିବା ନୂଆ ସେବା ଆଇନକୁ ପରୀକ୍ଷଣ କରିବେ କୋର୍ଟ

କନକ ବ୍ୟୁରୋ: ଥମୁନି ନିଟ ବିବାଦ, କୋର୍ଟରେ ବଢ଼ୁଛି ପିଟିସଦ । ଆଜି ଆବେଦନ ଉପରେ ଶୁଣାଣୀ କରି ଏନଟିଏକୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଯଦି ଭୁଲ ରହିଛି ତେବେ ତାକୁ ତୁରନ୍ତ ସୁଧାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ କେନ୍ଦ୍ର ଓ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିକୁ ନୋଟିସ ମଧ୍ୟ ଜାରି କରାଯାଇଛି । ଜୁଲାଇ ୮ରେ ହେବ ପରବର୍ତୀ ଶୁଣାଣି

ଥମୁନି ନିଟ ବିବାଦ, ବଢ଼ୁଛି ପିଟିସନ
କ’ଣ କହିଲେ ସୁପ୍ରିମକୋର୍ଟ?
ନିଟ ଅନିୟମତାକୁ ନେଇ ମଙ୍ଗଳବାର ପୁଣି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଉପରେ ବର୍ଷିଛନ୍ତି କୋର୍ଟ । ନିଟ ୟୁଜି ୨୦୨୪ ରେଜଲ୍ଟରେ ହୋଇଥିବା ଜାଲିଆତିକୁ ନେଇ ଆଜି ଅବକାଶକାଳୀନ ବେଂଚ ଶୁଣାଣୀ କରିଥିଲେ । କୋର୍ଟ କହିଛନ୍ତି

କାଠଗଡ଼ାରେ ‘ନିଟ୍’ ମାମଲା
-ନିରପେକ୍ଷ, ସ୍ୱଚ୍ଛ ଏବଂ ଦାୟିତ୍ୱର ସହ ପରୀକ୍ଷା କରନ୍ତୁ
-ଭୁଲ ହୋଇଥିଲେ ଶୀଘ୍ର ସୁଧାରିବା ଆବଶ୍ୟକ
-୦.୦୦୧% ଭୁଲ ଥିଲେ ତୁରନ୍ତ ତାକୁ ସୁଧାର
-ପରୀକ୍ଷାର୍ଥୀଙ୍କ ପରିଶ୍ରମ ଓ ଭବିଷ୍ୟତକୁ ଅଣଦେଖା କରିହେବନି
-ଏନଟିଏ ଓ କେନ୍ଦ୍ରକୁ ନୋଟିସ
-କାଗଜପତ୍ରଲିକ ଓ ଅନିୟତତା ସମ୍ପର୍କିତ ପିଟିସନ ଉପରେ ଜବାବ ଦିଅ
-ଏନଟିଏକୁ ଜୁଲାଇ ୮ ତାରିଖ ସୁଦ୍ଧ ଜବାବ ଦେବାକୁ ନିର୍ଦ୍ଦେଶ

ଜୁନ ୧୩ରେ ନିଟ ୟୁଜି ରେଜଲ୍ଡ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ତିନୋଟି ପିଟିସନ ଉପରେ ଶୁଣାଣୀ କରିଥିଲେ କୋର୍ଟ । କୋର୍ଟ ନିର୍ଦ୍ଦେଶ ଦେଇଥିଲେ......ଯେଉଁ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା ତାହାକୁ ରଦ୍ଦ କରାଯିବ । ସେମାନେ ପୁଣିଥରେ ପରୀକ୍ଷା ଦେବେ । କାଉନସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଜୁନ୍ ୩୦ ସୁଦ୍ଧା ଏନଟିଏ ନିଟ୍ ପରୀକ୍ଷାଫଳ ପ୍ରକାଶ କରିବ ।

ଗୋଟେ ପଟେ କାଠଗଡରେ ନିଟ ମାମଲା ଚାଲିଥିବାବେଳେ ସେପଟେ ଦେଶର ବିଭିନ୍ନ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଷ୍ଟୁଡେଂଟ ୟୁନିୟନ ଆଜି ହାଇଦ୍ରାବାଦରେ ଜୋରଦାର ବିକ୍ଷୋଭ କରିଛି । ଚଳିତଥର ନିଟ୍ ପରୀକ୍ଷାରେ ୬୭ ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି । ହରିୟାଣାର ଏକ ସେଂଟରରୁ ୬ ଜଣ ୭୨୦ ନମ୍ବର ରଖିଥିଲେ । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା ଓ ମାମଲା ସୁପ୍ରିମକୋର୍ଟରେ ପହଂଚିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe