କନକ ବ୍ୟୁରୋ: ଥମୁନି ନିଟ ବିବାଦ, କୋର୍ଟରେ ବଢ଼ୁଛି ପିଟିସଦ । ଆଜି ଆବେଦନ ଉପରେ ଶୁଣାଣୀ କରି ଏନଟିଏକୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଯଦି ଭୁଲ ରହିଛି ତେବେ ତାକୁ ତୁରନ୍ତ ସୁଧାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ କେନ୍ଦ୍ର ଓ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିକୁ ନୋଟିସ ମଧ୍ୟ ଜାରି କରାଯାଇଛି । ଜୁଲାଇ ୮ରେ ହେବ ପରବର୍ତୀ ଶୁଣାଣି

Advertisment

ଥମୁନି ନିଟ ବିବାଦ, ବଢ଼ୁଛି ପିଟିସନ
କ’ଣ କହିଲେ ସୁପ୍ରିମକୋର୍ଟ?
ନିଟ ଅନିୟମତାକୁ ନେଇ ମଙ୍ଗଳବାର ପୁଣି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଉପରେ ବର୍ଷିଛନ୍ତି କୋର୍ଟ । ନିଟ ୟୁଜି ୨୦୨୪ ରେଜଲ୍ଟରେ ହୋଇଥିବା ଜାଲିଆତିକୁ ନେଇ ଆଜି ଅବକାଶକାଳୀନ ବେଂଚ ଶୁଣାଣୀ କରିଥିଲେ । କୋର୍ଟ କହିଛନ୍ତି

କାଠଗଡ଼ାରେ ‘ନିଟ୍’ ମାମଲା
-ନିରପେକ୍ଷ, ସ୍ୱଚ୍ଛ ଏବଂ ଦାୟିତ୍ୱର ସହ ପରୀକ୍ଷା କରନ୍ତୁ
-ଭୁଲ ହୋଇଥିଲେ ଶୀଘ୍ର ସୁଧାରିବା ଆବଶ୍ୟକ
-୦.୦୦୧% ଭୁଲ ଥିଲେ ତୁରନ୍ତ ତାକୁ ସୁଧାର
-ପରୀକ୍ଷାର୍ଥୀଙ୍କ ପରିଶ୍ରମ ଓ ଭବିଷ୍ୟତକୁ ଅଣଦେଖା କରିହେବନି
-ଏନଟିଏ ଓ କେନ୍ଦ୍ରକୁ ନୋଟିସ
-କାଗଜପତ୍ରଲିକ ଓ ଅନିୟତତା ସମ୍ପର୍କିତ ପିଟିସନ ଉପରେ ଜବାବ ଦିଅ
-ଏନଟିଏକୁ ଜୁଲାଇ ୮ ତାରିଖ ସୁଦ୍ଧ ଜବାବ ଦେବାକୁ ନିର୍ଦ୍ଦେଶ

ଜୁନ ୧୩ରେ ନିଟ ୟୁଜି ରେଜଲ୍ଡ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ତିନୋଟି ପିଟିସନ ଉପରେ ଶୁଣାଣୀ କରିଥିଲେ କୋର୍ଟ । କୋର୍ଟ ନିର୍ଦ୍ଦେଶ ଦେଇଥିଲେ......ଯେଉଁ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା ତାହାକୁ ରଦ୍ଦ କରାଯିବ । ସେମାନେ ପୁଣିଥରେ ପରୀକ୍ଷା ଦେବେ । କାଉନସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଜୁନ୍ ୩୦ ସୁଦ୍ଧା ଏନଟିଏ ନିଟ୍ ପରୀକ୍ଷାଫଳ ପ୍ରକାଶ କରିବ ।

ଗୋଟେ ପଟେ କାଠଗଡରେ ନିଟ ମାମଲା ଚାଲିଥିବାବେଳେ ସେପଟେ ଦେଶର ବିଭିନ୍ନ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଷ୍ଟୁଡେଂଟ ୟୁନିୟନ ଆଜି ହାଇଦ୍ରାବାଦରେ ଜୋରଦାର ବିକ୍ଷୋଭ କରିଛି । ଚଳିତଥର ନିଟ୍ ପରୀକ୍ଷାରେ ୬୭ ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି । ହରିୟାଣାର ଏକ ସେଂଟରରୁ ୬ ଜଣ ୭୨୦ ନମ୍ବର ରଖିଥିଲେ । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା ଓ ମାମଲା ସୁପ୍ରିମକୋର୍ଟରେ ପହଂଚିଥିଲା