ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଶୁଣାଣି ଶେଷ: ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ 

85

କନକ ବ୍ୟୁରୋ: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲାର ଶୁଣାଣି ଶେଷ ହୋଇଛି । ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଦେଢ଼ ଘଂଟା ଧରି ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି କରିଥିଲେ ହାଇକୋର୍ଟ । ଦେଢ଼ ଘଂଟା ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବା ଓ ମରାମତି ଆବଶ୍ୟକ ନେଇ ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଯୁକ୍ତି ଦର୍ଶାଇଥିଲେ । ସେହିପରି ରତ୍ନଭଣ୍ଡାର ବର୍ତମାନ ସ୍ଥିତି ସମ୍ପର୍କରେ ସରକାରୀ ଓକିଲ ତାଙ୍କର ଯୁକ୍ତି ଦର୍ଶାଇଥିଲେ  । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।