କନକ ବ୍ୟୁରୋ: ବିଜାପୁରରେ ୩ ଜଣଙ୍କୁ ଉଠାଇନେଲେ ମାଓବାଦୀ । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୨ ଜଣଙ୍କୁ ମାଓବାଦୀ ଉଠାଇ ନେଇଥିବା ସୂଚନା । ବିଳମ୍ବିତ ରାତିରେ ୩ ଜଣଙ୍କୁ ଘରୁ ଉଠାଇନେଇଥିବା ଜଣାପଡିଛି । କୌଣସି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଉଠାଇ ନେଇଥିବା ପୋଲିସ ସନ୍ଦେହ କରୁଛି ।
ଗତ କିଛିଦିନ ତଳେ ସୁକୁମା ଓ ବିଜାପୁର ସୀମାରେ ମାଓବାଦୀ ଓ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଜଣେ ଯବାନଙ୍କୁ ବନ୍ଧକ ରଖିଥିଲେ ମାଓବାଦୀ । ଗତକାଲି ମାଓବାଦୀ ବନ୍ଧକ ରଖିଥିବା ଯବାନ ରାକେଶ୍ୱର ସିଂ ମାନହସଙ୍କୁ ଛାଡି ଦେଇଛି ପୋଲିସ । ହେଲେ ଏବେ ପୁଣି ୩ ଜଣଙ୍କୁ ଉଠାଇନେବା ଚିନ୍ତାର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/17-8.jpg)