କନକ ବ୍ୟୁରୋ : ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନ ଆରମ୍ଭ କରିଥିବା ଏଏନଏମ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ । ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଦିନ ଅହୋରାତ୍ର ଧାରଣା ଦେବା ପରେ ଗତକାଲିଠାରୁ ସେମାନେ ଆନ୍ଦୋଳନକୁ ଜୋରଦାର କରି ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ କେତେଜଣ ଅନଶନକାରୀ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଜଣଙ୍କ ଅବସ୍ଥା ଗୁରୁତର ହୋଇଥିିବାବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗତକାଲି ସକାଳ ସାଢ଼େ ୯ଟାରୁ ଅନଶନ ଆରମ୍ଭ କରିଛନ୍ତି ଆନୋଳନକାରୀ । କୋଭିଡ ସମୟରେ ଚୁକ୍ତି ଭିତିକ ଭାବେ ଏମାନଙ୍କୁ ପଂଚାୟତ ସ୍ତରରେ କୋଭିଡ୍ କେୟାର ସେଂଟର ପାଇଁ ତିନି ମାସିଆ ନିଯୁକ୍ତି ଦେଇଥିଲେ ସରକାର । ସେମାନଙ୍କ କଂଟ ପୂରିବା ପରେ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଥିଲା । ଏହାର ପ୍ରତିବାଦରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଏଏନଏମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/3-11.jpg)