ହଠାତ୍ ଟ୍ରାଫିକରେ ପହଞ୍ଚିଲା ଏକ ସ୍କୁଟି, ଚାଳକଙ୍କ ନଥିଲା ମୁଣ୍ଡ । ଉପସ୍ଥିତ ଥିବା ଲୋକଙ୍କ ଉଡିଲା ହୋସ୍ ।

3,483

କନକ ବ୍ୟୁରୋ : ଆପଣ ରାସ୍ତାରେ ଯାଉଥିବା ବେଳେ ଯେତେବେଳେ କୌଣସି ଟ୍ରାଫିକ୍ ଜାମରେ ଫସିଯାଇଥାନ୍ତି, ସେତେବେଳେ ଆପଣ କଣ କରନ୍ତି । ସାଧାରଣତଃ ସମସ୍ତେ ରାସ୍ତାର ଆଗକୁ ଅନେଇଥାନ୍ତି କିମ୍ବା ପାଖରେ ଠିଆ ହୋଇଥିବା ଲୋକଙ୍କୁ ଆମେ ଦେଖିଥାଉ । ଜାମ ସଫା ନହେବା ପର୍ଯ୍ୟନ୍ତ କିମ୍ବା ଟ୍ରାଫିକର ଲାଲ୍ ସଙ୍କେତ ସବୁଜ ରଙ୍ଗରେ ପରିଣତ ନହେବା ପର୍ଯ୍ୟନ୍ତ ଏହି କାମ ଜାରି ରହେ । କିନ୍ତୁ ଆଜି ଆମେ ଆପଣଙ୍କୁ ଟ୍ରାଫିକର ଏମିତି ଏକ କାହାଣୀ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ସ୍କୁଟି ଚଳାଉଛନ୍ତି, ଯାହାଙ୍କର ମୁଣ୍ଡ ନାହିଁ । କେବଳ ଶରୀର ରହିଥିବା ବେଳେ ଏହି ବ୍ୟକ୍ତିଜଣଙ୍କ ଗାଡି ଚଳାଉଛନ୍ତି । ଏହି ବ୍ୟକ୍ତିଙ୍କୁ ଦେଖିବା ପରେ ଟ୍ରାଫିକ ଛକରେ ଛିଡା ହୋଇଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଥିବା ବେଳେ ଆଉ କିଛି ୟୁଜର୍ସ ମଜାଳିଆ କ୍ୟାପସନ୍ ଲେଖି ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ଏକ ଟ୍ରାଫିକ ପୋଷ୍ଟରେ ରେଡ୍ ଲାଇଟ୍ ଜଳୁଛି । ସବୁ ଗାଡିକୁ ଛିଡା ହୋଇଛନ୍ତି । ଠିକ୍ ଏହି ସମୟରେ ଏଠାରେ ଏକ ସ୍କୁଟିଟିଏ ମଧ୍ୟ ଆସି ଛିଡାହେଉଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ସ୍କୁଟିଟିକୁ ଯେଉଁ ଚାଳକ ଚଲାଉଛନ୍ତି ତାଙ୍କର ମୁଣ୍ଡ ନାହିଁ ।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆର ଅନେକ ମଜାଳିଆ ପୋଷ୍ଟ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଲେଖିଛନ୍ତି, ପୋଲିସ ବାବୁ ଏହି ଚାଳକଙ୍କୁ ଭଲ ସେ ଦେଖନ୍ତୁ । ସେ ହେଲମେଟ୍ ପିନ୍ଧିନାହାନ୍ତି, ତେଣୁ ତାଙ୍କ ଠାରୁ ଫାଇନ୍ ଆଦାୟ କରାଯାଉ । ତେବେ ଭାଇରାଲ ହେଉଥିବା ଏହି ଭିଡିଓର ସତ୍ୟାସତ ଏପର୍ଯ୍ୟନ୍ତ ଜଣାପଡିନାହିଁ ।